07/05/2026
ଆଜି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ନେଇ ତାଙ୍କ ପରିବାର ଲୋକେ କ୍ଲିନିକ୍ କୁ ଆସି ଥିଲେ, ତାଙ୍କର ଶୁଣିବାରେ ଅସୁବିଧା ଥିଲା,
ତାଙ୍କର କହିବାର କଥା କିଛି ଏହିପରି ଥିଲା |
“ମୋର ଶୁଣିବା ଅସୁବିଧା ନାହିଁ…
ଖାଲି ଲୋକେ ଧୀରେ କହିଲେ ବେଳେବେଳେ ଶୁଣି ହେଉନି, ପାଖ ରୁ କିଛି ଅସୁବିଧା ହେଉନି, ଟିକେ ଦୂରରୁ ଶୁଣିବା ଅସୁବିଧା ରହୁଚି…
ଗ୍ରୁପ୍ ରେ ବସିଲେ ଶୁଣିବା ଅସୁବିଧା ହେଉଛି…
ମୋ ସହିତ କେହି କଥା ହେବାକୁ ପସନ୍ଦ କରୁ ନାହାନ୍ତି
ଘର ଲୋକଙ୍କ କହିବା କଥା କିଛି ଏହିପରି ଥିଲା -
ପଛରୁ କେହି ବାପାଙ୍କୁ ଡାକିଲେ ଶୁଣି ପାରୁ ନାହାନ୍ତି…
ଟିଭି Volume ବହୁତ୍ ଅଧିକ ଦେଇ ଶୁଣୁଛନ୍ତି, ଆମେ ଘର ଲୋକ ବିରକ୍ତ ହେଇ ଯାଉଛୁ ”
ଏଭଳି ଅନେକ ବୟସ୍କ ଲୋକଙ୍କର ଶୁଣିବା ପରୀକ୍ଷା କରିବା ପରେ ଜଣାପଡ଼େ—
କାନର ସ୍ନାୟୁ ଏବଂ ଅନ୍ତଃକର୍ଣ୍ଣ ଧୀରେ ଧୀରେ ଦୁର୍ବଳ ହୋଇଯାଇଛି।
ଅଧିକ ଦିନ ଅଣଦେଖା କଲେ ସ୍ମରଣ ଶକ୍ତି କ୍ଷୟ ମଧ୍ୟ ହୋଇଥାଏ।
ଠିକ୍ ସମୟରେ ଶୁଣିବା ପରୀକ୍ଷା ଏବଂ ଡିଜିଟାଲ କାନ ମେସିନ୍ ଲଗାଇବା ଦ୍ଵାରା ସେମାନେ ପୁଣି ଥରେ ଭଲରେ ଶୁଣି ପାରିବେ |
କେବଳ ଶୁଣିବା ପାଇଁ ନୁହେଁ,
ପରିବାର ଓ ସ୍ମୃତି ସହିତ ଯୋଡ଼ି ରହିବା ପାଇଁ ମଧ୍ୟ ଏହା ଦରକାରୀ । ❤️
ଗୀତା କ୍ଲିନିକ୍, ଆଠଗଡ଼ ମୋ:7042576864( କାନ ପରୀକ୍ଷା ପ୍ରତି ଶନି, ରବି, ବୁଧବାର ଦିନ ୧୦-୧)