Odia Health Guide

  • Home
  • Odia Health Guide

Odia Health Guide ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଓଡ଼ିଆରେ

ଜାଣନ୍ତୁ ସେଲୁଲାଇଟିସ୍ ବିଷୟରେ, ଏହା କିପରି ହୋଇଥାଏ ଏବଂ ଏହାର ଲକ୍ଷଣ ଗୁଡିକ କ'ଣ।
26/09/2024

ଜାଣନ୍ତୁ ସେଲୁଲାଇଟିସ୍ ବିଷୟରେ, ଏହା କିପରି ହୋଇଥାଏ ଏବଂ ଏହାର ଲକ୍ଷଣ ଗୁଡିକ କ'ଣ।

ହଇଜା ମାରାତ୍ମକ ହୋଇଥାଏ ଯଦି ଏହାକୁ ଉଚିତ୍ ସମୟରେ ଚିକିତ୍ସା କରା ନ ଯାଏ। ଏକା ସଙ୍ଗରେ ପାଣି ଭଳି ପତଳା ଝାଡା ସହିତ ବାନ୍ତି ହେଉଥିଲେ, ଏହା ହଇ...
09/09/2024

ହଇଜା ମାରାତ୍ମକ ହୋଇଥାଏ ଯଦି ଏହାକୁ ଉଚିତ୍ ସମୟରେ ଚିକିତ୍ସା କରା ନ ଯାଏ। ଏକା ସଙ୍ଗରେ ପାଣି ଭଳି ପତଳା ଝାଡା ସହିତ ବାନ୍ତି ହେଉଥିଲେ, ଏହା ହଇଜା ହୋଇ ଥାଇ ପାରେ ବୋଲି ଭାବିବା। ତେବେ ତୁରନ୍ତ ରୋଗୀକୁ ଓ.ଆର୍.ଏସ୍ (ORS) ପିଇବାକୁ ଦିଅନ୍ତୁ ଏବଂ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାରର ଔଷଧ ଦିଅନ୍ତୁ ନାହିଁ। ଡେରି ନ କରି ରୋଗୀକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ ।

ଏହି ତଥ୍ୟଟିକୁ ଅନ୍ୟମାନଙ୍କ ସହିତ ସେୟାର୍ କରନ୍ତୁ। ଧନ୍ୟବାଦ୍।

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।
07/09/2024

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା।

ଟାଇଫଏଡ୍ ଜ୍ଵର---------------------ଟାଇଫଏଡ୍ ହେଉଛି ଏକ ଜୀବାଣୁ ଜନିତ ରୋଗ। ଏହା ସାଲ୍ମୋନେଲା ଟାଇଫି ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହା...
06/09/2024

ଟାଇଫଏଡ୍ ଜ୍ଵର
---------------------
ଟାଇଫଏଡ୍ ହେଉଛି ଏକ ଜୀବାଣୁ ଜନିତ ରୋଗ। ଏହା ସାଲ୍ମୋନେଲା ଟାଇଫି ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହା ଦୂଷିତ ଜଳ ଏବଂ ଖାଦ୍ୟ ଦ୍ଵାରା ବ୍ୟାପୀ ଥାଏ। ଉଚିତ୍ ସମୟରେ ଚିକିତ୍ସା କରା ନ ଗଲେ ଏହା ମାରାତ୍ମକ ହୋଇପାରେ।

କିପରି ବ୍ୟାପୀ ଥାଏ?
--------------------------
- ସାଲ୍ମୋନେଲା ଟାଇଫି ଜୀବାଣୁ ଦ୍ଵାରା ଦୂଷିତ ହୋଇଥିବା ଖାଦ୍ୟ ଓ ଜଳକୁ ସେବନ କଲେ ଟାଇଫଏଡ୍ ହୋଇଥାଏ।
- ଯେଉଁ ଅଞ୍ଚଳ ଗୁଡିକରେ ପରିମଳ ବ୍ୟବସ୍ଥା ଠିକ୍ ନ ଥାଏ ଏବଂ ବିଶୁଦ୍ଧ ପାନୀୟ ଜଳର ଅଭାବ ଥାଏ, ସେହି ଅଞ୍ଚଳ ଗୁଡିକରେ ଏହା ମୁଖ୍ୟତଃ ବ୍ୟାପୀ ଥାଏ।
- ଶୌଚ କରି ହାତ ଭଲ ଭାବେ ସାବୁନରେ ନ ଧୋଇବା ଏବଂ ଖାଦ୍ୟ ରୋଷେଇ ହେଉ କିମ୍ବା ଖାଦ୍ୟ ଖାଇବା ପୂର୍ବରୁ ହାତ ଭଲ ଭାବେ ନ ଧୋଇବା, ଟାଇଫଏଡ୍ ବ୍ୟାପୀବାର ମୁଖ୍ୟ କାରଣ।
- ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ବ୍ୟାପୀବାର ସମ୍ଭାବନା ରହିଥାଏ।

ଲକ୍ଷଣ
---------
- ତୀବ୍ର ଜ୍ଵର - ୧୦୪ °F (୪୦ °C)
- ଥଣ୍ଡା ଲାଗିବା
- ଝାଳ ହେବା
- ମାଂସପେଶୀରେ ଦରଜ
- ଦୁର୍ବଳତା ଓ ଥକ୍କାପଣ
- ପ୍ରବଳ ମୁଣ୍ଡ ବିନ୍ଧା
- ବାନ୍ତି ହେବା
- ପେଟ ଦରଜ
- ଭୋକ ନ ଲାଗିବା
- ଡାଇରିଆ କିମ୍ୱା କୋଷ୍ଠକାଠିନ୍ୟ ହୋଇପାରେ
- ଛାତି ଏବଂ ପେଟରେ ଗୋଲାପୀ ରଙ୍ଗର ଦାଗ ସୃଷ୍ଟି ହୋଇପାରେ।

କିପରି ରୋକିବା
--------------------
- ଟୀକାକରଣ ।
- ବିଶୁଦ୍ଧ ପାନୀୟ ଜଳ ର ବ୍ଯବହାର କରନ୍ତୁ। ଅଜଣା ସ୍ଥାନରେ ଥିଲେ ପାଣିକୁ ଛାଣି ଭଲ ଭାବେ ଫୁଟାଇ ତାକୁ ଥଣ୍ଡା କରି ପିଇବା ଉଚିତ୍। କ୍ଷୀରକୁ ସବୁ ବେଳେ ଭଲ ଭାବେ ଫୁଟାଇ ପିଅନ୍ତୁ।
- କଞ୍ଚା ଏବଂ ଦର ସିଝା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ସଙ୍ଗେ ସଙ୍ଗେ ରନ୍ଧା ହୋଇଥିବା ଉଷୁମ ଖାଦ୍ୟ ଖାଆନ୍ତୁ। ରାସ୍ତା କଡ ଠେଲା ଗାଡିରୁ ଖାଦ୍ୟ ଖାଆନ୍ତୁ ନାହିଁ।
- ପ୍ରତିଥର ଖାଦ୍ୟ ଖାଇବା ଆଗରୁ ଏବଂ ଶୌଚ ଯିବା ପରେ ହାତକୁ ଭଲ ଭାବେ ସାବୁନ୍ ଓ ପାଣିରେ ଧୋଇବା ଉଚିତ୍।

ଉପରୋକ୍ତ ଲକ୍ଷଣ ଗୁଡ଼ିକ ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସଠିକ୍ ଔଷଧ ଖାଇଲେ ଏହା ଅତିଶୀଘ୍ର ଭଲ ହୋଇ ଯାଇଥାଏ ।

ଏହି ପୋଷ୍ଟ ମାଧ୍ୟମରେ ଆପଣ ଯଦି ଉପଯୋଗୀ ତଥ୍ୟ ପାଇ ପାରିଛନ୍ତି, ତେବେ ନିଶ୍ଚୟ ଗୋଟେ ଲାଇକ୍ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ସେୟାର୍ କରନ୍ତୁ।

ଇମ୍ପେଟିଗୋ (Impetigo)--------------------------------- ଇମ୍ପେଟିଗୋ ହେଉଛି ଏକ ଚର୍ମ ରୋଗ ଯାହା ସାଧାରଣତଃ ୨ ରୁ ୫ ବର୍ଷ ବୟସର ଛୋଟ ପିଲ...
01/09/2024

ଇମ୍ପେଟିଗୋ (Impetigo)
--------------------------------
- ଇମ୍ପେଟିଗୋ ହେଉଛି ଏକ ଚର୍ମ ରୋଗ ଯାହା ସାଧାରଣତଃ ୨ ରୁ ୫ ବର୍ଷ ବୟସର ଛୋଟ ପିଲା ମାନଙ୍କ ଠାରେ ଦେଖା ଯାଏ, ଯଦିଓ ଏହା ଯେକୌଣସି ବୟସର ବ୍ୟକ୍ତିକୁ ସଂକ୍ରମିତ କରି ପାରେ ।
- ଚର୍ମର ଉପର ସ୍ତରରେ ଜୀବାଣୁ ସଂକ୍ରମଣ ଯୋଗୁଁ ଏହି ରୋଗ ହୋଇ ଥାଏ ।
- ଏହା ମୁଖ୍ଯତଃ ଷ୍ଟାଫାଇଲୋକୋକୋଶ୍ ଅରିୟସ୍ (Staphylococcus aureus) କିମ୍ବା ଷ୍ଟ୍ରେପ୍ଟୋକୋକୋଶ୍ ପାଇୟୋଜେନ୍ (Streptococcus pyogenes) ନାମକ ଜୀବାଣୁ ସଂକ୍ରମଣ ଯୋଗୁଁ ହୋଇ ଥାଏ ।
- ଏହା ସାଧାରଣତଃ ମୁହଁ, ହାତ, ଏବଂ ଗୋଡରେ ଦେଖା ଯାଇ ଥାଏ ।
- ଇମ୍ପେଟିଗୋ ଦୁଇ ପ୍ରକାରର ହୋଇପାରେ - ୧. ନନ୍-ବୁଲୋସ୍ ଇମ୍ପେଟିଗୋ କିମ୍ଵା ୨. ବୁଲୋସ୍ ଇମ୍ପେଟିଗୋ।

କିପରି ହୋଇ ଥାଏ?
------------------------
- ଚର୍ମରେ କୌଣସି ପ୍ରକାର ଖଣ୍ଡିଆ ବା ଘା ହୋଇ ଥିଲେ ସେହି ମାଧ୍ୟମ ଦେଇ ଜୀବାଣୁ ପ୍ରବେଶ କରି ଏହି ରୋଗ କରି ଥାଆନ୍ତି ।
- ଏହି ରୋଗଟି ଅତ୍ୟଧିକ ସଂକ୍ରାମକ ଅଟେ ।
- ରୋଗୀର ସିଧା ସଳଖ ସଂସ୍ପର୍ଶ ରେ ଆସିଲେ କିମ୍ଵା ରୋଗୀ ବ୍ୟବହାର କରି ଥିବା ଲୁଗା ଓ କପଡା ଇତ୍ୟାଦିକୁ ଅନ୍ୟମାନେ ବ୍ୟବହାର କଲେ ଏହି ରୋଗ ଅତି ସହଜରେ ବ୍ୟାପୀ ଥାଏ ।
- ଜନ ଗହଳି ସ୍ଥାନ ଗୁଡିକରେ ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ରହି ଥାଏ ।

ଲକ୍ଷଣ
---------
- ନନ୍-ବୁଲୋସ୍ ଇମ୍ପେଟିଗୋ ହୋଇଥିଲେ, ନାକ କିମ୍ଵା ପାଟିର ଚାରି ପଟେ ଛୋଟ ଛୋଟ ପାଣି ଫୋଟକା ଗୁଡ଼ିକ ବାହାରି ଥାଏ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଫୋଟକା ଗୁଡ଼ିକ ଫାଟି ହଳଦିଆ ରଙ୍ଗ ବା ମହୁ ସଦୃଶ ରଙ୍ଗର ଖୋଳୋପା ରେ ପରିବର୍ତ୍ତିତ ହୋଇ ଥାଆନ୍ତି । ସ୍ଥାନଟି ସାମାନ୍ୟ କୁଣ୍ଡେଇ ହୋଇଥାଏ ।

- ବୁଲୋସ୍ ଇମ୍ପେଟିଗୋ ହୋଇଥିଲେ, ଦେହ, ହାତ ଏବଂ ଗୋଡ଼ରେ ବଡ଼ ବଡ଼ ପାଣି ଫୋଟକା ଗୁଡ଼ିକ ବାହାରି ଥାଏ । ଏହି ଫୋଟକା ଗୁଡ଼ିକ ଅତି ସହଜରେ ଫାଟି ଯାଆନ୍ତି ଏବଂ ସ୍ଥାନଟି ନାଲି ପଡି ଯାଏ । ସ୍ଥାନଟି ଯନ୍ତ୍ରଣାଦାୟକ ହୋଇପାରେ ।

ଚିକିତ୍ସା
---------
- ସଠିକ୍ ଔଷଧ ଖାଇଲେ ଏହି ରୋଗଟି ଅତି ସହଜରେ ଠିକ୍ ହୋଇ ଯାଏ ।
- ଉପରୋକ୍ତ ଲକ୍ଷଣ ଗୁଡ଼ିକ ଦେଖିବା ମାତ୍ରେ ଅବହେଳା ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଆନ୍ତୁ ।

ଏହି ପୋଷ୍ଟ୍ ଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ୍ ବକ୍ସରେ ମତ ଲେଖନ୍ତୁ ।
ଏହି ପୋଷ୍ଟ ଟିକୁ ସେୟାର୍ କରି "ଇମ୍ପେଟିଗୋ" ବିଷୟରେ ଅନ୍ୟ ମାନଙ୍କୁ ଜଣାନ୍ତୁ । ଧନ୍ୟବାଦ୍ ।

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା।
26/08/2024

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା।

ମଙ୍କି-ପକ୍ସ ର ଲକ୍ଷଣ ଗୁଡିକ ଜାଣନ୍ତୁ । ଏହି ପୋଷ୍ଟ ଟିକୁ ସମସ୍ତଙ୍କୁ ସେୟାର୍ କରନ୍ତୁ।Know the symptoms of Mpox (Monkeypox). Share t...
25/08/2024

ମଙ୍କି-ପକ୍ସ ର ଲକ୍ଷଣ ଗୁଡିକ ଜାଣନ୍ତୁ । ଏହି ପୋଷ୍ଟ ଟିକୁ ସମସ୍ତଙ୍କୁ ସେୟାର୍ କରନ୍ତୁ।
Know the symptoms of Mpox (Monkeypox). Share this post to everyone.

ସମାଚାରରେ ଏମ୍-ପକ୍ସ !! ଏମ୍-ପକ୍ସ ରୋଗ ବିଷୟରେ ପ୍ରାଥମିକ ସୂଚନା
23/08/2024

ସମାଚାରରେ ଏମ୍-ପକ୍ସ !! ଏମ୍-ପକ୍ସ ରୋଗ ବିଷୟରେ ପ୍ରାଥମିକ ସୂଚନା

ସଠିକ୍ ଉତ୍ତର କମେଣ୍ଟ ବକ୍ସରେ ଲେଖନ୍ତୁ।ମଙ୍କି ପକ୍ସ ___________ ।A) ଏକ ଭୂତାଣୁ ଜନିତ ରୋଗB) ଏକ ଜୀବାଣୁ ଜନିତ ରୋଗC) ମାଙ୍କଡ କାମୁଡିବା ଦ...
22/08/2024

ସଠିକ୍ ଉତ୍ତର କମେଣ୍ଟ ବକ୍ସରେ ଲେଖନ୍ତୁ।

ମଙ୍କି ପକ୍ସ ___________ ।
A) ଏକ ଭୂତାଣୁ ଜନିତ ରୋଗ
B) ଏକ ଜୀବାଣୁ ଜନିତ ରୋଗ
C) ମାଙ୍କଡ କାମୁଡିବା ଦ୍ଵାରା ହୋଇଥାଏ
D) ଦୂଷିତ ଖାଦ୍ୟ ଓ ପାଣି ଦ୍ଵାରା ହୋଇଥାଏ

ଡେଙ୍ଗୁ ଜ୍ଵର ବିଷୟରେ ସୂଚନା। ଅନ୍ୟମାନଙ୍କୁ ଶେୟାର କରନ୍ତୁ। #ଡେଙ୍ଗୁ  #ଡେଙ୍ଗୁ_ଜ୍ଵର
21/08/2024

ଡେଙ୍ଗୁ ଜ୍ଵର ବିଷୟରେ ସୂଚନା। ଅନ୍ୟମାନଙ୍କୁ ଶେୟାର କରନ୍ତୁ।

#ଡେଙ୍ଗୁ #ଡେଙ୍ଗୁ_ଜ୍ଵର

ଏବେ ଆମେ ଆସି ଯାଇଛୁ ୟୁଟିୟୁବ (YouTube) ମାଧ୍ୟମକୁ |ଚ୍ୟାନେଲ ର ପ୍ରଥମ ଭିଡିଓ ଅପଲୋଡ ହୋଇ ସାରିଛି | ତଳେ ଦିଆ ଯାଇ ଥିବା ଲିଙ୍କରେ ଯାଇ ଭିଡି...
24/07/2022

ଏବେ ଆମେ ଆସି ଯାଇଛୁ ୟୁଟିୟୁବ (YouTube) ମାଧ୍ୟମକୁ |
ଚ୍ୟାନେଲ ର ପ୍ରଥମ ଭିଡିଓ ଅପଲୋଡ ହୋଇ ସାରିଛି | ତଳେ ଦିଆ ଯାଇ ଥିବା ଲିଙ୍କରେ ଯାଇ ଭିଡିଓଟିକୁ ଦେଖନ୍ତୁ | ଭଲ ଲାଗିଲେ ଗୋଟେ ଲାଇକ କରିବେ ଏବଂ ସାଙ୍ଗ ସାଥି ମାନଙ୍କୁ ସେୟାର କରିବେ | ଚ୍ୟାନେଲଟିକୁ ସବସକ୍ରାଇବ କରିବାକୁ ଭୁଲିବେ ନାହିଁ | ଧନ୍ୟବାଦ |
https://youtu.be/Lyn7cX6H3lI

ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ। ଏହା ସାଧାରଣତଃ ଆଣ୍ଠୁ, କହୁଣୀ, ପେଟ ଓ ପିଠି ଏବଂ ମୁଣ୍ଡର ତ୍ୱଚା ଅଂଶକୁ ପ୍ରଭାବିତ କରି ଥାଏ। ସୋରିୟ...

ସୋରିୟାସିସ୍ (ଚର୍ମ ରୋଗ)ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ। ଏହା ସାଧାରଣତଃ ଆଣ୍ଠୁ, କହୁଣୀ, ପେଟ ଓ ପିଠି ଏବଂ ମୁଣ୍ଡର ତ୍ୱଚା ଅଂଶକୁ ପ୍ରଭାବିତ...
18/07/2022

ସୋରିୟାସିସ୍ (ଚର୍ମ ରୋଗ)

ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ। ଏହା ସାଧାରଣତଃ ଆଣ୍ଠୁ, କହୁଣୀ, ପେଟ ଓ ପିଠି ଏବଂ ମୁଣ୍ଡର ତ୍ୱଚା ଅଂଶକୁ ପ୍ରଭାବିତ କରି ଥାଏ। ସୋରିୟାସିସ୍ ର ସାଧାରଣ ଲକ୍ଷଣ ଗୁଡିକ ହେଲା - ପ୍ରଭାବିତ ସ୍ଥାନ ଶୁଖି ଯିବା, ଅଧିକ ମାତ୍ରାରେ କୁଣ୍ଡେଇ ହେବା, ଏବଂ ସେହି ସ୍ଥାନରୁ ଚୋପା ଛାଡିବା। ସୋରିୟାସିସ୍ ପାଞ୍ଚ ପ୍ରକାରର ହୋଇ ଥାଏ। ସେ ଗୁଡିକ ହେଲା ପ୍ଲେକ୍ ସୋରିୟାସିସ୍, ଗୁଟ୍ଟେଟ୍ ସୋରିୟାସିସ୍, ଇନଭର୍ସ ସୋରିୟାସିସ୍, ପୁସ୍ଚୁଲାର ସୋରିୟାସିସ୍, ଏବଂ ଏରିଥ୍ରୋଡର୍ମିକ୍ ସୋରିୟାସିସ୍।

ତଳେ ଦିଆ ଯାଇ ଥିବା ଲିଙ୍କରେ ଯାଇ ସୋରିୟାସିସ୍ ବିଷୟରେ ଅଧିକ ପଢନ୍ତୁ |

https://www.odiahealthguide.com/2022/07/psoriasis.html

ସୋରିୟାସିସ୍ ହେଉଛି ଏକ ଚର୍ମ ରୋଗ | ସୋରିୟାସିସ୍ ର ସାଧାରଣ ଲକ୍ଷଣ ଗୁଡିକ ହେଲା ପ୍ରଭାବିତ ସ୍ଥାନ ଶୁଖି ଯିବା, ଅଧିକ ମାତ୍ରାରେ କୁଣ୍ଡ....

Address


Website

Alerts

Be the first to know and let us send you an email when Odia Health Guide posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Odia Health Guide:

  • Want your practice to be the top-listed Clinic?

Share