07/07/2023
ଆଖିଧରା (Conjunctivitis )
ବର୍ତ୍ତମାନ ପ୍ରାୟ ଆଖି ଧରା ରୋଗ ସବୁ ଆଡେ ବ୍ୟାପିଛି । ଘରେ କାହାର ବି ଆଖି ଧରିବା ଆରମ୍ଭ ହେଲେ ଅନ୍ୟ ମାନ ଙ୍କୁ ବ୍ୟାପି ଯିବାର ଭୟ ଅନେକ ମାତ୍ରା ରେ ଥାଏ। ଆଉ ଗୋଟେ ଘରୁ ଅନ୍ୟ ଘରକୁ ବ୍ୟାପିବା ସହ ଗାଁ ସହର କୁ ଧୀରେ ଧୀରେ ବ୍ୟାପି ଯାଇଥାଏ।
ସାଧାରଣତ ଏହି ରୋଗ ଜୁନ ରୁ ସେପ୍ଟେମ୍ବର ମାସ ମଧ୍ୟ ରେ ବ୍ୟାପି ଥାଏ। ଏହା ଭୁତାଣୁ ଜନିତ ହୋଇଥିବାରୁ କ୍ଷୈପ୍ର ଗତିରେ ଜଣ କ ଠୁଁ ଅନ୍ୟ ଜଣ ଙ୍କୁ ବ୍ୟାପି ଥାଏ। ଆକ୍ରାନ୍ତ ବ୍ୟକ୍ତି ପ୍ରାୟତଃ ଏକ ସପ୍ତାହ ମଧ୍ୟ ରେ ଭଲ ହୋଇ ଯାଇ ଥାଏ। ଆଖିଧରା ରୋଗ ଆରମ୍ଭ ରୁ ପ୍ରଥମେ ଆଖି ରେ କିଛି ପଡିଲା ଭଳି ଅନୁଭବ ସହ ଆଖି ଲାଲ ଦିଶିବା , ଫୁଲି ଯିବା , ପାଣି ଗଡ଼ିବା , ବିନ୍ଧିବା ସହ ଝାପ୍ସା ଦେଖା ଯିବା ଓ ଖରା କୁ ବାହାରିଲେ ଅସହ୍ୟ ଅନୁଭବ ଇତ୍ୟାଦି ଲକ୍ଷଣ ଦେଖା ଯାଏ।
ପ୍ରତିକାର - ଆକ୍ରାନ୍ତ ବ୍ୟକ୍ତି ସହ ପ୍ରତ୍ୟକ୍ଷ ଭାବେ ନ ମିଶିବା , ରୋଗୀ ର ରୁମାଲ ଗାମୁଛା ଇତ୍ୟାଦି ବ୍ୟବହାର ନ କରିବା , କଳା ଚଷମା କିମ୍ବା ଆଖି କୁ ସମ୍ପୂର୍ଣ ଘୋଡେଇ ରଖୁଥିବା ଚଷମା ବ୍ୟବହାର କରିବା ଦ୍ୱାରା ସଙ୍କ୍ରମଣ କୁ ରୋକା ଯାଇ ପାରିବ। ଏତଦ ବ୍ୟତୀତ ଡାକ୍ତର ଙ୍କ ବିନା ପରାମର୍ଶ ରେ କୌଣସି ଆଖି ଔଷଧ କୁ ଆଖିରେ ପକେଇବେ ନାହିଁ। ହଳଦୀ କନା ରେ ଆଖି ନ ପୋଛି ସଫା କନା କିମ୍ବା ରୁମାଲ କୁ ଆଖି ପୋଛିବାରେ ବ୍ୟବହାର କରିବା ଉଚିତ। ଆଖି ଧରିଥିବା ଅବସ୍ଥା ରେ ମୁଣ୍ଡ ଧୋଇ ଗାଧେଇବା କିମ୍ବା ବର୍ଷା ରେ ଓଦା ହେବା ଉଚିତ ନୁହଁ ।
ଚିକିତ୍ସା - କେବଳ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବା ଉଚିତ । ବିନା ପରାମର୍ଶ ରେ ଔଷଧ ସେବନ କିମ୍ବା ଆଖି ଔଷଧ ବ୍ୟବହାର ଘାତକ ସାବ୍ୟସ୍ତ ହୋଇ ପାରେ ।
ଡା ପ୍ରକାଶ କୁମାର ମହାପାତ୍ର
କ୍ଲିନିକ ମହାବୀର ଓ ରିସର୍ଚ୍ ସେଣ୍ଟର
ମିତପୁର୍ , ବାଲେଶ୍ୱର