Healthy Bargarh

Healthy Bargarh We are providing quality primary health care services to the urban population, especially the urban poor and other vulnerable sectors of the society.

17/05/2023

ନିୟମିତ ରକ୍ତଚାପ ମାପ କରାନ୍ତୁ, ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ ଓ ସୁସ୍ଥ ରୁହନ୍ତୁ। ଉଚ୍ଚ ରକ୍ତଚାପର ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ଉପଲବ୍ଧ।

17/05/2023

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି, ତାହାଲେ ସନ୍ତୁଳିତ ଓଜନ ବଜାୟ ରଖନ୍ତୁ, ନିୟମିତ ଶାରୀରିକ ପରିଶ୍ରମ କରନ୍ତୁ, ସନ୍ତୁଳିତ ଆହାର ଭୋଜନ କରନ୍ତୁ ଏବଂ ନିୟମିତ ରକ୍ତଚାପ ପରୀକ୍ଷା କରାଇବା ସହିତ ଔଷଧ ସେବନ କରନ୍ତୁ।

13/04/2023

ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ସାଥିରେ ପାଣି ବୋତଲ ନିଅନ୍ତୁ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। #ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ ଏବଂ ନିମ୍ନ ପ୍ରଦତ୍ତ ଉପଦେଶ ଗୁଡିକ ପାଳନ କରନ୍ତୁ:

13/04/2023
07/04/2023

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଓଡ଼ିଶା ସରକାର ସମର୍ପିତ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା, ନିଶୁଳ୍କ ଡାୟାଲିସିସ୍ ସେବା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଦ୍ୱାରା ରୋଗୀମାନେ ଉପକୃତ ହେଉଛନ୍ତି।

05/04/2023

02 Nos. Health Facilities (PHC HWC Melchhamunda of Padampur Block & UPHC Hatapada under Bargarh Urban) have been successfully qualified for NQAS certification among 07 Nos. health facilities of the State.

Glad to share 2 nos of Health Facilities i.e. PHC, Melchhamunda & UPHC, MMC, Hatapada of Bargarh district have been awar...
05/04/2023

Glad to share 2 nos of Health Facilities i.e. PHC, Melchhamunda & UPHC, MMC, Hatapada of Bargarh district have been awarded with NQAS certification from GoI.

02/04/2023

ମାନସିକ ସମସ୍ୟାକୁ ଲୁଚାନ୍ତୁ ନାହିଁ କାରଣ ମାନସିକ ରୋଗର ଚିକିତ୍ସା ସମ୍ଭବ ଅଟେ। ଯେକୌଣସି ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କିମ୍ବା ନିଶାସେବନ ଦୁରୀକରଣ ପାଇଁ ତୁରନ୍ତ ଟେଲି ମାନସ ଟୋଲ ଫ୍ରି ନମ୍ବର ୧୪୪୧୬ କିମ୍ବା ୧୮୦୦-୮୯୧-୪୪୧୬ ରେ କଲ୍ କରିକି ନିଶୁଳ୍କ ପରାମର୍ଶ ନିଅନ୍ତୁ।

25/03/2023

ପ୍ରାଥମିକ ସ୍ତରରେ ଯକ୍ଷ୍ମା ରୋଗ ଫୁସଫୁସକୁ ପ୍ରଭାବିତ କରିଥାଏ। ଡଟ୍ସ ପଦ୍ଧତି ଚିକିତ୍ସା ଦ୍ଵାରା ଯକ୍ଷ୍ମା ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ଯ। ଔଷଧର କୌଣସି ମାତ୍ରା ବନ୍ଦ କରନ୍ତୁ ନାହିଁ। ସହଯୋଗ କରନ୍ତୁ ଏବଂ ଯକ୍ଷ୍ମାର ଅନ୍ତ କୁ ସୁନିଶ୍ଚିତ କରାଇବାରେ ଯୋଗ ଦିଅନ୍ତୁ।

25/03/2023

୨ ସପ୍ତାହରୁ ଅଧିକ କାଶ ହେବା, କଫରେ ରକ୍ତ ପଡିବା, ଓଜନ ଅତ୍ୟଧିକ କମିଯିବା ଇତ୍ଯାଦି ଯକ୍ଷ୍ମା ରୋଗର ଲକ୍ଷଣ ହୋଇପାରେ। ଏପରି ଲକ୍ଷଣ ଦେଖାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ମୂଲ୍ୟରେ ପରୀକ୍ଷା ଓ ଚିକିତ୍ସା ପାଇଁ ସହାୟତା ଉପଲବ୍ଧ ଅଛି।

20/03/2023

ବିଶ୍ୱ ମୁଖଗହ୍ୱର ଦିବସରେ ନିଜ ମୁଖ ଗହ୍ୱରର ପ୍ରତି ଯତ୍ନଶୀଳ ହେବାର ପ୍ରଣ ନିଅନ୍ତୁ। ଦନ୍ତକ୍ଷୟ, ମାଢ଼ିରୁ ରକ୍ତସ୍ରାବ, ତ୍ରୁଟିପୂର୍ଣ୍ଣ ଦାନ୍ତ, ମୁଖଗହ୍ୱର କର୍କଟ ଆଦି ରୋଗଠୁ ନିଜକୁ ରକ୍ଷା କରିବା ପାଇଁ ମୁଖଗହ୍ୱରର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ପ୍ରତିବର୍ଷ ଡାକ୍ତରଙ୍କ ଦ୍ୱାରା ମୁଖଗହ୍ୱରର ପରୀକ୍ଷା କରାଇନିଅନ୍ତୁ ଏବଂ ଅନ୍ୟମାନଙ୍କୁ ସଚେତନ ମଧ୍ୟ କରାନ୍ତୁ।

20/03/2023

ଓଡ଼ିଶା ସରକାରଙ୍କ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା 'ସୁମନ' ଅଭିଯାନ ଅନ୍ତର୍ଗତ ବିନା ମୂଲ୍ୟରେ ଚିକିତ୍ସା ସହିତ ୧୦୮ ଆମ୍ବୁଲାନ୍ସ ସେବା, ନର୍ମାଲ ପ୍ରସବ କିମ୍ବା ଅପରେସନ ଦ୍ୱାରା ପ୍ରସବ, ପ୍ରସବ ପୂର୍ବରୁ ଅଲ୍ଟ୍ରାସାଉଣ୍ଡ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପରି ଅନ୍ୟାନ୍ୟ ସେବାଗୁଡିକର ସୁବିଧା ନିଅନ୍ତୁ। CMO Odisha

Address

Hospital Road, Bisi Para Gali, Dhanger, Odisha
Bargarh
768028

Alerts

Be the first to know and let us send you an email when Healthy Bargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Healthy Bargarh:

Share