Arogya GRAM

Arogya GRAM Get Cure From Diabetes,Hypertension,Thyroidism,Gastric,Obesity,Skin Disease ,Neurological Disorder etc

31/12/2023
Today at rambha high school surabhi program
09/10/2023

Today at rambha high school surabhi program

03/10/2023
https://youtu.be/1D2lXZLmZOA
27/09/2023

https://youtu.be/1D2lXZLmZOA

Ganjam samachar//27//09//2023// ଦିଲ୍ଲୀରେ ବିଶ୍ୱ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୌଠକ

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନତରଫରୁ ପ୍ରଥମ ବିଶ୍ବ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହେବ ନୂଆ ଦିଲ୍ଲୀ ୨...
27/09/2023

ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ
ତରଫରୁ ପ୍ରଥମ ବିଶ୍ବ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ନୂଆ ଦିଲ୍ଲୀ ରେ ଅନୁଷ୍ଠିତ ହେବ
ନୂଆ ଦିଲ୍ଲୀ ୨୬/୯

ଓଡ଼ିଶା ଏକ ବିଶାଳ ଭାଷାଭିତ୍ତିକ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ ସ୍ୱାଧୀନ ଭୂଖଣ୍ଡ l ଉଡ୍ର ଶବ୍ଦରୁ ନିଷ୍ପନ୍ନ ଉଭୟ ଓଡ଼ିଶା ଓ ଓଡ଼ିଆ ଶବ୍ଦ ଦୁଇଟି ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରଥମ ପରିଚୟ l ଓଡ଼ିଶା ହେଉଛି ସ୍ୱାଧୀନତୋତ୍ତର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ l ପ୍ରାକ୍-ସ୍ୱାଧୀନତା କାଳରେ ୧୯୩୬ ମସିହା ଅପ୍ରେଲ୍ ୧ ତାରିଖର ଏକ ଶୁଭଲଗ୍ନରେ ଓଡ଼ିଶା ତା'ର ପୂର୍ବ ଗୌରବ ଓ ଅସ୍ମିତା ଫେରି ପାଇଥିଲା ଏବଂ ଅତୀତର ବିଖଣ୍ଡିତ ଓଡ଼ିଶାରେ ଅନେକାଂଶରେ ଭାଷାଭିତ୍ତିକ ପ୍ରଦେଶର ସ୍ୱର୍ଣ୍ଣିମ ମାନ୍ୟତା ଲାଭ କରିଥିଲା l ସ୍ୱତନ୍ତ୍ର ପ୍ରଦେଶ ଗଠନର ଇତି ମଧ୍ୟରେ ତେୟାଅଶୀ ବର୍ଷ ଅତିକ୍ରମ ହୋଇ ସାରିଲାଣି l ମାତ୍ର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଭଳି ବିକଶିତ ହେବା କଥା, ନିଜର ସ୍ୱତନ୍ତ୍ରତା ବିଶ୍ୱ ସମୁଦାୟଙ୍କ ଆଗରେ ଉପସ୍ଥାପନ କରିବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବ ହୋଇପାରିଲା ନାହିଁ l ଏହି ସ୍ଥବିରତାର ଏକମାତ୍ର କାରଣ : ଆମ ମାନଙ୍କ ମନରେ ଏକତାର ଓ ମାତୃଭୂମି ମାତୃଭାଷା ପ୍ରତି ପ୍ରେମ ର ଅଭାବ l
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାଭାଷୀଙ୍କ ମନ, ପ୍ରାଣ, ହୃଦୟ ଓ ଅନ୍ତଃକରଣରେ ଓଡ଼ିଆ ଅସ୍ମିତା ତଥା ସ୍ୱାଭିମାନ ସୃଷ୍ଟି ଅଭିଳାଷରୁ ଜନ୍ମ ନେଇଥିଲା 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ' ତରଫରୁ ଆମ ଭାଷା, ସାହିତ୍ୟ, ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ, ଗୀତ, ନାଟକର ଗୁଣାତ୍ମକ ବିକାଶ ସହ ଓଡ଼ିଶାର ସାମଗ୍ରିକ ସମୃଦ୍ଧି ଓ ଉତ୍ଥାନ କୁ ପ ଭାରତ ଭିତରେ ଓ ବାହାରେ ପ୍ରବାସୀ ରୂପେ ଅବସ୍ଥାନ କରୁଥିବା ଓଡ଼ିଆଭାଷୀଙ୍କ ସମେତ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭାଷାଗତ ଏକତା ସୂତ୍ରରେ ଏକତ୍ର କରିବା, ସେମାନଙ୍କ ମନରେ ଓଡ଼ିଆ ସ୍ୱାଭିମାନର ସ୍ୱର୍ଣ୍ଣିମ ସୁଷମା ଭରିଦେବା ଏବଂ ଓଡ଼ିଶାର ଭୂୟୋ ବିକାଶ ପାଇଁ ପ୍ରତିବଦ୍ଧତାର ସହ ପ୍ରୟାସ କରିବା ପ୍ରଥମ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ବହୁ ଓଡ଼ିଆ ସଂଗଠନ ସହୋଯୋଗରେ ନୂଆ ଦିଲ୍ଲୀ ଠାରେ ମହା ସମାରୋହରେ ଅୟୋଜନ କରିବା ନିମନ୍ତେ ପଞ୍ଚମ ପ୍ରସ୍ତୁତି ବୈଠକ ହଜ ଖସ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମିଳନୀ ପ୍ରକୋଷ୍ଠରେ ପ୍ରତିଷ୍ଠାନ ର ମୁଖ୍ୟ ସଂଯୋଜକ ତଥା ବିଶିଷ୍ଟ ସଂଗଠକ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ସମ୍ମିଳନୀର ସଫଳତା ନିମନ୍ତେ ଆଲୋଚନା ହୋଇଯାଇଛି। ସମ୍ମିଳନୀ ରେ ସାରା ବିଶ୍ବ ରୁ ପାଞ୍ଚ ହଜାର ପ୍ରତିନିଧି ଯୋଗଦେବା ସହ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ ସହ ଓଡ଼ିଶା ର ସାମୁହିକ ବିକାଶ, ଓଡ଼ିଶାର ସଂସ୍କୃତି, ପରମ୍ପରା, ଖାଦ୍ୟ, ପର୍ଯ୍ୟଟନ ଇତ୍ୟାଦି ବିଷୟ ଉପରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ। ସଭ୍ୟ ସଂଗ୍ରହ ସହ ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ସଂଗଠନ ଓ ଓଡ଼ିଆ ପ୍ରେମୀ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯିବା।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡା ଯିବା ସହ ପ୍ରବାସୀ ଓଡ଼ିଆ ସଂଗଠନ ମାନଙ୍କୁ ନିମନ୍ତ୍ରଣ କରାଯିବ।ପ୍ରସ୍ତୁତି ବୈଠକରେ ବିଶ୍ଵ ଓଡ଼ିଆ ସଂଗଠନ ର ସଭାପତି ଶ୍ରୀ କିଶୋର ଦିୱେଦି ,ଉଦୟ ଇଣ୍ଡିଆ ମୁଖ୍ୟ ଶ୍ରୀ ଦୀପକ କୁମାର ରଥ, ବରିଷ୍ଟ ସାମ୍ବାଦିକ ଶ୍ରୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ସଂଗଠୀକ। ଶ୍ରୀମତୀ ରିତା ପାତ୍ର, ସହିଦ। ତୟବ, ମସୁମୁସୂଜ ଜମାନ,ମନସ୍ମିତା ଯେନା, ତପସ୍ପିନି ନାୟକ,କାବେରୀ ବେହେରା, ଶ୍ରୀ ଉମାକାନ୍ତ ଦାସ, ରଶ୍ମିତା ସାବତ, ସଂଯୁକ୍ତା ପାତ୍ର, ଶଙ୍କର୍ଷଣ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାବତ, ରାଜେଶ ପ୍ରଧାନ, ମହେଶ୍ୱର ପରିଡ଼ା, ସନ୍ତୋଷ କୁମାର ଦାସ, ଗିରିଧର ନାୟକ, ଶ୍ରୀକାନ୍ତ ସାବତ, ସ୍ମିତା ଦାସ, ଅର୍ଚ୍ଚନା ପରିଡ଼ା ,ଉମେଶ ସାହୁ ସମେତ ବହୁ ସଂଗଠକ , ବୁଦ୍ଧିଜୀବୀ ସଦସ୍ୟ ସଦସ୍ୟା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଦିଲ୍ଲୀ ଶାଖା ସଂଯୋଜୋଗ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ୍ ପ୍ରଦାନ କରିବା ସହ ସାହୋଜୋଗ କାମନା କରିଥିଲେ।

26/09/2023

-----------------------------------------------------
ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ
Antarjateeya Odia Swabhimana Pratisthana
----------------------------------------------------
ଓଡ଼ିଶା ଓ ଓଡ଼ିଆ ଭାଷାନୁରାଗୀ ବନ୍ଧୁଗଣ !
ସାରସ୍ୱତ ପ୍ରଣାମ l ଓଡ଼ିଶା ଏକ ବିଶାଳ ଭାଷାଭିତ୍ତିକ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ ସ୍ୱାଧୀନ ଭୂଖଣ୍ଡ l ଉଡ୍ର ଶବ୍ଦରୁ ନିଷ୍ପନ୍ନ ଉଭୟ ଓଡ଼ିଶା ଓ ଓଡ଼ିଆ ଶବ୍ଦ ଦୁଇଟି ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରଥମ ପରିଚୟ l ଓଡ଼ିଶା ହେଉଛି ସ୍ୱାଧୀନତୋତ୍ତର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ l ପ୍ରାକ୍-ସ୍ୱାଧୀନତା କାଳରେ ୧୯୩୬ ମସିହା ଅପ୍ରେଲ୍ ୧ ତାରିଖର ଏକ ଶୁଭଲଗ୍ନରେ ଓଡ଼ିଶା ତା'ର ପୂର୍ବ ଗୌରବ ଓ ଅସ୍ମିତା ଫେରି ପାଇଥିଲା ଏବଂ ଅତୀତର ବିଖଣ୍ଡିତ ଓଡ଼ିଶାରେ ଅନେକାଂଶରେ ଭାଷାଭିତ୍ତିକ ପ୍ରଦେଶର ସ୍ୱର୍ଣ୍ଣିମ ମାନ୍ୟତା ଲାଭ କରିଥିଲା l ସ୍ୱତନ୍ତ୍ର ପ୍ରଦେଶ ଗଠନର ଇତି ମଧ୍ୟରେ ତେୟାଅଶୀ ବର୍ଷ ଅତିକ୍ରମ ହୋଇ ସାରିଲାଣି l ମାତ୍ର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଭଳି ବିକଶିତ ହେବା କଥା, ନିଜର ସ୍ୱତନ୍ତ୍ରତା ବିଶ୍ୱ ସମୁଦାୟଙ୍କ ଆଗରେ ଉପସ୍ଥାପନ କରିବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବ ହୋଇପାରିଲା ନାହିଁ l ଏହି ସ୍ଥବିରତାର ଏକମାତ୍ର କାରଣ : ଆମ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଅନେଙ୍କ ମନରେ ଏକତାର ଓ ମାତୃଭୂମି ମାତୃଭାଷା ପ୍ରତି ପ୍ରେମ ର ଅଭାବ l ୩୫0 ବର୍ଷର ପରାଧୀନତା ଓଡ଼ିଆମାନଙ୍କୁ ଏଭଳି ଏକ ପଶ୍ଚାତଗାମୀ ସ୍ଥିତିରେ ଆଣି ଛିଡ଼ା କରାଇ ଦେଇଛି l
ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାଭାଷୀଙ୍କ ମନ, ପ୍ରାଣ, ହୃଦୟ ଓ ଅନ୍ତଃକରଣରେ ଓଡ଼ିଆ ଅସ୍ମିତା ତଥା ସ୍ୱାଭିମାନ ସୃଷ୍ଟି ଅଭିଳାଷରୁ ଜନ୍ମ ନେଇଥିଲା 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ' l ଆମ ପ୍ରଦେଶର ଭାଷା, ସାହିତ୍ୟ, ସ୍ଥାପତ୍ୟ, ଚିତ୍ରକଳା, ନୃତ୍ୟ, ଗୀତ, ନାଟକର ଗୁଣାତ୍ମକ ବିକାଶ ସହ ଓଡ଼ିଶାର ସାମଗ୍ରିକ ସମୃଦ୍ଧି ଓ ଉତ୍ଥାନ ଏହି ଅନ୍ତର୍ଜାତୀୟ ପ୍ରତିଷ୍ଠାନର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ l ପ୍ରାଥମିକ ପଦକ୍ଷେପ ସ୍ୱରୂପ ଭାରତ ଭିତରେ ଓ ବାହାରେ ପ୍ରବାସୀ ରୂପେ ଅବସ୍ଥାନ କରୁଥିବା ଓଡ଼ିଆଭାଷୀଙ୍କ ସମେତ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଭାଷାଗତ ଏକତା ସୂତ୍ରରେ ଏକତ୍ର କରିବା, ସେମାନଙ୍କ ମନରେ ଓଡ଼ିଆ ସ୍ୱାଭିମାନର ସ୍ୱର୍ଣ୍ଣିମ ସୁଷମା ଭରିଦେବା ଏବଂ ଓଡ଼ିଶାର ଭୂୟୋ ବିକାଶ ପାଇଁ ପ୍ରତିବଦ୍ଧତାର ସହ ପ୍ରୟାସ କରିବା 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ'ର ପ୍ରମୁଖ ଦାୟିତ୍ୱ l ଏହି କାର୍ଯ୍ୟ ଗତ ପ୍ରାୟ ପାଞ୍ଚ ବର୍ଷ ବ୍ୟାପୀ ଏକାଧିକ ଅନ୍ତର୍ଜାତୀୟ ମଞ୍ଚରେ ଆୟୋଜିତ ହୋଇ ଆସୁଅଛି l ଦେଶର ରାଜଧାନୀ ଦିଲ୍ଲୀ, ଜାତୀୟ ଅର୍ଥନୀତିର କେନ୍ଦ୍ରସ୍ଥଳୀ ମୁମ୍ବାଇ ସମେତ ବିଦେଶ ମାଟିରେ ମଧ୍ୟ 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ'ର ଭିନ୍ନ ଭିନ୍ନ ଅଧିବେଶନ ପୂର୍ବରୁ ଆୟୋଜିତ ହୋଇସାରିଛି l
ବିଶ୍ୱ ପ୍ରେକ୍ଷାପଟରେ ଓଡ଼ିଶାର ଭାଷା, ସାହିତ୍ୟ, ଚିତ୍ରକଳା, ପ୍ରଦର୍ଶନଶୀଳ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ, ପ୍ରଥା, ପରମ୍ପରା, ପୂଜାପାର୍ବଣ, ଓଷାବ୍ରତ ଓ ସଂସ୍କୃତିର ଯେଭଳି ସ୍ୱକୀୟତା ଓ ସ୍ୱତନ୍ତ୍ରତା ପ୍ରତିପାଦିତ ହୋଇଆସିଛି, ଅନୁରୂପ ଭାବରେ ସୌନ୍ଦର୍ଯ୍ୟ ସୁଶୋଭିତ ବିବିଧ ପ୍ରାକୃତିକ ବିଭବ, ଐଶ୍ବର୍ଯ୍ୟମୟ ସାମୁଦ୍ରିକ ବେଳାଭୂମି, ନଦନଦୀ, ହ୍ରଦ-ସାଗର, ଖଣିଜ ସମ୍ପଦ, , ନାନାବିଧ ଶସ୍ୟ ସମ୍ଭାର ସାଙ୍ଗକୁ କଟକର ସୂକ୍ଷ୍ମ ତାରକସି, ବ୍ରହ୍ମପୁରର ପାଟ, ସମ୍ବଲପୁରର ଶାଢ଼ି, ପୁରୀର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ, ବେଲଗୁଣ୍ଠାର ପିତ୍ତଳ ମାଛ, ପାରଳାଖେମୁଣ୍ଡିର ଶିଙ୍ଗଶିଳ୍ପ, କଳା ମୁଗୁନି ପ୍ରସ୍ତର ନିର୍ମିତ ସୂକ୍ଷ୍ମ କାରୁକଳା ଆଦି ଓଡ଼ିଶାର ସ୍ୱତନ୍ତ୍ରତା ସୂଚକ ଏକ ଏକ ନୈସର୍ଗିକ ବିଭବ l ପୁନଶ୍ଚ ଶଙ୍ଖ କ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର, ଅର୍କକ୍ଷେତ୍ର କୋଣାର୍କର ସୂକ୍ଷ୍ମ କାରୁକାର୍ଯ୍ୟଭରା ସୂର୍ଯ୍ୟ ମନ୍ଦିର ଓ ଏକାମ୍ର କ୍ଷେତ୍ର ଭୁବନେଶ୍ୱରର ସୁଉଚ୍ଚ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଅସ୍ମିତାର ଶୀର୍ଷତମ ସୂଚକ ବିନ୍ଦୁ ରୂପେ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିଆସିଛି l
ତେବେ ଆମ ଅସ୍ମିତାର ପ୍ରଥମ ପରିଚୟ ଓଡ଼ିଆ ଭାଷା l ଏଇ ପରିପ୍ରେକ୍ଷୀରେ ସେ ଦିନ ସ୍ଵଭାଵକବି ଗଙ୍ଗାଧର ମେହେର ଓଡ଼ିଆଭାଷୀଙ୍କ ଉଦ୍ଦେଶ୍ୟରେ ଗାଇ ଉଠିଥିଲେ :
"ମାତୃଭୂମି ମାତୃଭାଷାରେ ମମତା, ଯା' ହୃଦେ ଜନମି ନାହିଁ
ତା'କୁ ଯେବେ ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ l"
ଓଡ଼ିଶା ମାଟିରେ ଅନେକ ତେଜୋଦୀପ୍ତ ସ୍ୱାଭିମାନୀ ବରପୁତ୍ର ଜନ୍ମଗ୍ରହଣ କରି ମାଟି ମା'କୁ ଧନ୍ୟ କରି ଯାଇଛନ୍ତି l ଆଦ୍ୟ ସ୍ମରଣୀୟ ଓଡ଼ିଶାର ସେହି ସୁପୁତ୍ରମାନଙ୍କ ମଧ୍ୟରେ ଚକରା ବିଷୋୟୀ, ଦୋହରା ବିଷୋୟୀ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ସହିଦ୍ ଲକ୍ଷ୍ମଣ ନାୟକ, କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପାରଳାଖେମୁଣ୍ଡିର ପୁଣ୍ୟଶ୍ଳୋକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଜୟପୁର ରାଜା ବିକ୍ରମ ଦେବ ବର୍ମା, ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଓ ତାଙ୍କ ସୁପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପ୍ରମୁଖ ଦେଶ ମାତୃକାର ସେବା ଜୀବନ ଉତ୍ସର୍ଗ କରିଥିଲେ l ଅନୁରୂପ ଭାବରେ ଆଦିକବି ସାରଳା ଦାସ, କୃପାସିଦ୍ଧା ବଳରାମ ଦାସ, ଭକ୍ତକବି ଅତିବଡ଼ୀ ଜଗନ୍ନାଥ ଦାସ, ମହାନ୍ ସନ୍ଥ ଅଚ୍ୟୁତାନନ୍ଦ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଭକ୍ତକବି ଦୀନକୃଷ୍ଣ ଦାସ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର, କବିସୂର୍ଯ୍ୟ ବଳଦେବ ରଥ, କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ, ହସ୍ୟକବି ଯଦୁମଣି ମହାପାତ୍ର, ସନ୍ଥକବି ଭୀମ ଭୋଇ, ସାଲବେଗ, କଥାସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, କର୍ମବୀର ଗୌରୀଶଙ୍କର ରାୟ, ବାଗ୍ମୀ ବିଶ୍ଵନାଥ କର, ସ୍ୱଭାବକବି ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦକିଶୋର ବଳ, କୁନ୍ତଳା କୁମାରୀ ସାବତ୍, ରାଧାମୋହନ ଗଡ଼ନାୟକ, ମାୟାଧର ମାନସିଂହ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, କାଳୀଚରଣ ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ଗୋପାଳ ଛୋଟରାୟ ପ୍ରମୁଖ ପ୍ରାକ୍-ସ୍ୱାଧୀନତା କାଳୀନ ସାରସ୍ୱତ ସାଧକଗଣ ଓଡ଼ିଆ ଭାଷା ଓ ସାହିତ୍ୟର ଭୂୟୋ ବିକାଶ ଦିଗରେ କୀର୍ତ୍ତିମାନ୍ ସ୍ଥାପନ କରି ଯାଇଛନ୍ତି l
ଓଡ଼ିଆ ଜାତି ଅତୀତରେ ଅନେକ ଦୁର୍ଦ୍ଦିନ ଓ ଦୁଃସ୍ଥିତିର ସାମ୍ନା କରି ବିଶ୍ୱ ବଡ଼ଦାଣ୍ଡରେ ସଗର୍ବେ ମଥା ଉନ୍ନତ କରି ଅଗ୍ରସର ହୋଇଛି l ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ଭାଷାଭିତ୍ତିକ ପ୍ରଦେଶ ଗଠନ ଅଭିଯାନ ସହିତ ସମନ୍ତରାଳ ଭାବେ ଜାତୀୟ ମୁକ୍ତି ଆନ୍ଦୋଳନ ଅବ୍ୟାହତ ରହିଥିଲା l ଉପର୍ଯ୍ୟୁକ୍ତ ବରପୁତ୍ର ଓ ସାରସ୍ୱତ ସାଧକଗଣ ଦେଶ, ଜାତି ଓ ଭାଷା ପାଇଁ ଅସୀମ ତ୍ୟାଗ ସ୍ଵୀକାର ପୂର୍ବକ ଜୀବନର ବହୁ ମୂଲ୍ୟବାନ୍ ସମୟ ଉତ୍ସର୍ଗ କରି ଦେଇଥିଲେ l ସେଇଥି ପାଇଁ ତ ସେ ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ରଚିତ ଏକ କବିତାରେ ଲେଖିଥିଲେ :
"ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା'ର ଜୀବନର ମାନଦଣ୍ଡ l"
ନାନା ପ୍ରାକୃତିକ ବିଭବ ଓ ଶୋଭା ସଂପଦରେ ଭରା ଓଡ଼ିଶା ହେଉଛି ରତ୍ନଗର୍ଭା l ୪୮0 କିଲୋମିଟର୍ ନୈସର୍ଗିକ ସାମୁଦ୍ରିକ ବେଳାଭୂମି, ବହୁବିଧ ଖଣିଜ ସମ୍ପଦ, ହଜାର ହଜାର ଏକର ପରିମିତ ସବୁଜ ସୁଶୋଭିତ ଘଞ୍ଚ ଅରଣ୍ୟାନୀ, ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ, ପୁରାତନ ନୌ-ବାଣିଜ୍ୟ, ପ୍ରାଚୀନ ଦେବଦେବୀ ପୀଠ ଓ ମାନବୀୟ ଉଦାର ସମନ୍ୱୟବାଦୀ ଧର୍ମଧାରା ଯେପରି ଓଡ଼ିଶାର ଐଶ୍ୱର୍ଯ୍ୟ, ସମୃଦ୍ଧି ଓ କୃଷି ଭିତ୍ତିକ ଧର୍ମୀୟ ପରମ୍ପରାକୁ ପରିବ୍ୟାପ୍ତ କରିଛି, ସେହିପରି ଆମ ପ୍ରାଚୀନ, ମଧ୍ୟକାଳୀନ ଓ ଆଧୁନିକ ଭାଷା-ସାହିତ୍ୟ, ପ୍ରଦର୍ଶନଶୀଳ ଲୋକନାଟ, ଲୋକନୃତ୍ୟ, ଲୋକଗୀତ, ଓଡ଼ିଶୀ ସଂଗୀତ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଗୀତ, ଚିତ୍ରକଳା ଓ ଭାସ୍କର୍ଯ୍ୟ ଓଡ଼ିଶା ଅଧିବାସୀଙ୍କ ସୌନ୍ଦର୍ଯ୍ୟପ୍ରଣତା, ଲଳିତ ଅବବୋଧକୁ ପ୍ରକାଶିତ କରି ଆସିଛି l
ଓଡ଼ିଶାରେ ସ୍ଥାନୀୟତା ଭେଦରେ ଅସୁମାରି ସ୍ୱତନ୍ତ୍ରତା ଭରି ରହିଛି l ବିଶ୍ୱରେ ଧାନ ଉତ୍ପତ୍ତି ଓ ଧାନଚାଷର ଆଦିଭୂମି, ଚିନିଶିଳ୍ପ ପ୍ରତିଷ୍ଠାରେ ସାଫଲ୍ୟ ଆମ କୃତିତ୍ୱର ଏକ ଏକ ଫର୍ଦ୍ଦ l ଜୈନ, ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ ଓ ମହିମା ଧର୍ମ ଦର୍ଶନର ସମନ୍ୱୟୀ ଭୂମି ରୂପେ ଓଡ଼ିଶା ବିଶ୍ୱରେ ଅଦ୍ଵିତୀୟ l ସହସ୍ର ସହସ୍ର ପ୍ରାଜ୍ଞ ପୁରୁଷ, କବି, ସାହିତ୍ୟିକ, ଦାର୍ଶନିକ, ବୈଜ୍ଞାନିକ, ପ୍ରଫେସର୍, ଗବେଷକ, ଭେଷଜବିଜ୍ଞାନୀ, ଯନ୍ତ୍ରୀ, ଅର୍ଥନୀତିଜ୍ଞ, ଚିତ୍ରଶିଳ୍ପୀ, ସଂଗୀତକାର, କଣ୍ଠଶିଳ୍ପୀ, ଅଭିନେତା, ଅଭିନେତ୍ରୀ, କ୍ରୀଡ଼ାବିତ୍, ମହାକାଶଚାରୀ, ପର୍ବତାରୋହୀ, ରାଜା ମଜାରାଜା, ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ରନୀତିଜ୍ଞ, ରାଜନୈତିକ ନେତା ଓଡ଼ିଶାରେ ଜନ୍ମଗ୍ରହଣ କରି ଏ ମାଟିକୁ ଧନ୍ୟ କରି ଯାଇଛନ୍ତି l
ଏତେ ସବୁ ବୌଦ୍ଧିକ, ସାରସ୍ୱତ, ସାଂସ୍କୃତିକ ବିଶେଷତା ଓ ବିଭବରେ ପରିପୂର୍ଣ୍ଣ ଥିଲେ ମଧ୍ୟ ଆମ ଜନ୍ମଭୂମି ଓଡ଼ିଶା ଯେଭଳି ବିକଶିତ ହେବା କଥା, ସମୃଦ୍ଧିର ଶିଖର ଛୁଇଁବା କଥା, ତାହା ବିଭିନ୍ନ କାରଣରୁ ଏ ଯାବତ୍ ସମ୍ଭବପର ହେଲା ନାହିଁ l ଅନେକ ସୁଯୋଗ ଅଛି, ଭିତ୍ତିଭୂମି ଅଛି, ସାମର୍ଥ୍ୟ ମଧ୍ୟ ରହିଛି ; ମାତ୍ର ଦୃଢ଼ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଅଭାବରୁ ତାହା ସଫଳ ରୂପ ପରିଗ୍ରହଣ କରିପାରି ନାହିଁ l ଗତ ଶତାବ୍ଦୀରେ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ସମଗ୍ର ଓଡ଼ିଆ ଜାତିକୁ ସଂବୋଧନ ପୂର୍ବକ ଆହ୍ୱାନ ଦେଇଥିଲେ :
"ଏଇ ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ,
ତୋ'ର ପ୍ରାଣବିନ୍ଦୁ ମିଶାଇଦେ' ଭାଇ ଡେଇଁପଡ଼ି ସିନ୍ଧୁ ନୀରେ l"
ଏହିଭଳି ଏକ ସମୟୋପଯୋଗୀ ଆବଶ୍ୟକତା ଓ ଅନିବାର୍ଯ୍ୟତାରୁ 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ' ଜନ୍ମ ଘେନିଛି l କୋଟି କୋଟି ଓଡ଼ିଆ ଭାଷାଭାଷୀଙ୍କ ମନରୁ ସକଳ ପ୍ରକାର ନ୍ୟୂନମନ୍ୟତା, ଉପେକ୍ଷଣୀୟ ମନୋଭାବ, ଆଳସ୍ୟ ପରାୟଣତା ଓ କ୍ଳୀବତା ଦୂର କରି ସେମାନଙ୍କ ଭିତରେ ମାଟି ଓ ମାଟିର ଭାଷା ଜନିତ ସ୍ୱାଭିମାନ ସୃଷ୍ଟି କରିବା ପ୍ରତିଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ l ଦେଶ ଓ ଦେଶ ବାହାରେ ଅବସ୍ଥାନ କରୁଥିବା କୋଟି କୋଟି ଓଡ଼ିଆଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଉତ୍ତରଦାୟୀ, ପ୍ରତିବଦ୍ଧତା ସମ୍ପନ୍ନ, କର୍ମନିଷ୍ଠ, କୁଶଳୀ ପ୍ରତିଭାମାନଙ୍କୁ ଅନ୍ବେଷଣ କରିବା ସଂଗେ ସଂଗେ ସେମାନଙ୍କ ଜ୍ଞାନ, କୌଶଳ, ସାମର୍ଥ୍ୟକୁ ଯଥୋଚିତ ଭାବେ ବିନିଯୋଗ କରିବା ନିମନ୍ତେ ଆବଶ୍ୟକ ପୃଷ୍ଠଭୂମି ସୃଷ୍ଟି କରିବା ଏହାର ଅନ୍ୟତମ ଲକ୍ଷ୍ୟ ଳ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ, ସମ୍ପ୍ରଦାୟ ନିର୍ବିଶେଷରେ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଥିବା କିମ୍ବା ଅନ୍ୟ ସ୍ଥାନରୁ ଆସି ଓଡ଼ିଶାରେ ସ୍ଥାୟୀ ରୂପେ ଅବସ୍ଥାନ କରୁଥିବା ଓଡ଼ିଆମାନଙ୍କୁ ଗୋଟିଏ ଅନ୍ତର୍ଜାତୀୟ ମଞ୍ଚରେ ସମ୍ମିଳିତ କରାଇବା ଏବଂ ବୈଶ୍ଵିକ ସ୍ତରରେ ଓଡ଼ିଶା ଓ ଓଡ଼ିଆ ସ୍ୱାଭିମାନକୁ ବଜାୟ ରଖିବା ସହ ପ୍ରତିଷ୍ଠିତ କରିବା ଲକ୍ଷ୍ୟ ନେଇ ୨0୧0 ମସିହା ଅପ୍ରେଲ୍ ୧ ତାରିଖ ଦିନ (ଉତ୍କଳ ଦିବସ) 'ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ'ର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା l
ବିଗତ ତେର ବର୍ଷର ନିରନ୍ତର ପ୍ରୟାସ ଓ ପ୍ରସ୍ତୁତି, ଓଡ଼ିଶାର ଅନ୍ୟାନ୍ୟ ସାରସ୍ୱତ, ସାଂସ୍କୃତିକ, ଜାତୀୟ ସଂଗଠନମାନଙ୍କ ସହିତ ଆଲୋଚନା, ପରାମର୍ଶ, ସମୀକ୍ଷା ପରେ ୧୯୧୩ ମେ' ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ପ୍ରଥମ ଜାତୀୟ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ଐତିହାସିକ ସହର ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଭାରତ ଓ ଭାରତ ବାହାରେ ଥିବା ବିଭିନ୍ନ ସଂଗଠନର ସଦସ୍ୟ, ଉଚ୍ଚ ପଦପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ରାଜନୈତିକ ନେତୃବୃନ୍ଦ ଯୋଗଦାନ କରିଥିଲେ l ଓଡ଼ିଆ ଅସ୍ମିତା ବଜାୟ ରଖିବା ସହ ଓଡ଼ିଆ ସ୍ୱାଭିମାନ ସୃଷ୍ଟି ପରିପ୍ରେକ୍ଷୀରେ ଏହି ପ୍ରତିଷ୍ଠାନକୁ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ଅଣରାଜନୈତିକ ମଞ୍ଚ ରୂପେ ଗଢ଼ି ତୋଳିବାକୁ ଉକ୍ତ ସମ୍ମିଳନୀରେ ସର୍ବସମ୍ମତ ନୀତିଗତ ନିଷ୍ପତ୍ତି ଗୃହୀତ ହୋଇଥିଲା l ୨0୧୪ ମେ' ୯ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଗାନ୍ଧି ପିସ୍ ଫାଉଣ୍ଡେସନ୍ ପରିସରରେ ଦ୍ଵିତୀୟ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ୨0୧୮ରେ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଆ ସ୍ୱାଭିମାନ ସମ୍ମିଳନୀ ଆୟୋଜିତ ହୋଇଥିଲା l

*ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନର ପ୍ରମୁଖ ଲକ୍ଷ୍ୟ :*
୧. ଓଡ଼ିଶା, ଓଡ଼ିଶାବାସୀ, ଓଡ଼ିଆଭାଷୀଙ୍କ ସ୍ୱାଭିମାନ ବଜାୟ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ଫଳପ୍ରଦ କାର୍ଯ୍ୟକ୍ରମ ଆୟୋଜନ କରିବା l
୨. ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆଭାଷୀ ଭାଇଭଉଣୀ ଓ ଓଡ଼ିଆ ଅନୁଷ୍ଠାନମାନଙ୍କୁ ଏହି ପ୍ରତିଷ୍ଠାନ ମାଧ୍ୟମରେ ଏକତ୍ର କରାଇବା l
୩. ଓଡ଼ିଶା ତଥା ଓଡ଼ିଶା ବାହାରେ ଭିନ୍ନ ଭିନ୍ନ ଅଞ୍ଚଳରେ ଓଡ଼ିଆ ଭାଷା, ଶିକ୍ଷା, କଳା ଓ ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରିବା l
୪. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁଣାତ୍ମକ ବିକାଶ ଓ ପ୍ରସାର ଦିଗରେ କାର୍ଯ୍ୟ କରିବା l
୫. ଦେଶ, ବିଦେଶର ଭିନ୍ନ ଭିନ୍ନ ପ୍ରମୁଖ ସ୍ଥାନରେ ଓଡ଼ିଆ ଭାଷା ଭବନ ନିର୍ମାଣ କରିବା l
୬. ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖିବା ସହ ଓଡ଼ିଶାର ବରପୁତ୍ରମାନଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ ସହ ବିଶ୍ୱ ଦରବାରରେ ସେମାନଙ୍କୁ ପରିଚିତ କରାଇବା, ସେମାନଙ୍କ ଜୀବନୀ ଆଧାରିତ ବୃତ୍ତଚିତ୍ର ଓ ଚଳଚ୍ଚିତ୍ର ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା l
୭. ଏକ ପ୍ରକାଶନ ସଂସ୍ଥା ପ୍ରତିଷ୍ଠା ପୂର୍ବକ ବରପୁତ୍ରମାନଙ୍କ ଜୀବନୀ ପ୍ରକାଶନ, ପୁରାତନ ଲେଖକ / ଲେଖିକାଙ୍କ ଦୁଷ୍ପ୍ରାପ୍ୟ ପୁସ୍ତକର ପୁନଃ ପ୍ରକାଶନ, ପତ୍ରପତ୍ରିକା ପ୍ରକାଶନ ଆଦି ପଦକ୍ଷେପ ଗ୍ରହଣ କରିବା l
୮. ଓଡ଼ିଶାର ବିକାଶ ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ସ୍ଥାନରେ କର୍ମଶାଳା, ପାଠଚକ୍ର, ସମ୍ମିଳନୀ, ଆଲୋଚନା ଚକ୍ର ଓ ଓଡ଼ିଶା ଉତ୍ସବ ଆୟୋଜନ ଦିଗରେ ପଦକ୍ଷେପ ନେବା l
୯. ଓଡ଼ିଶାର କୁଟୀର ଶିଳ୍ପ, ହସ୍ତଶିଳ୍ପ, ଓଡ଼ିଶାର ଲୋକକଳା ପ୍ରଦର୍ଶନ ନିମନ୍ତେ ଓଡ଼ିଶା ମହୋତ୍ସବ, ପୁସ୍ତକମେଳା ଓ କର୍ମଶାଳା ଆୟୋଜନ କରିବା l
୧0. ଓଡ଼ିଶାର ପ୍ରାକୃତିକ ସଂପଦ ଓ କୃଷିଜାତ ଦ୍ରବ୍ୟ ଓ ସାମଗ୍ରୀର ଅଭିବୃଦ୍ଧି ପାଇଁ ଗବେଷଣା କେନ୍ଦ୍ର ସ୍ଥାପନ l
୧୧. ବିଶ୍ୱର ବିଭିନ୍ନ ଅଞ୍ଚଳରେ ଥିବା ଓଡ଼ିଶାର କୃତୀ ସନ୍ତାନମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ପ୍ରୋତ୍ସାହିତ କରିବା l
୧୨. ଓଡ଼ିଶା ଅର୍ଥନୀତିର ବିକାଶ ଲକ୍ଷ୍ୟରେ ନାନାବିଧ ସମୟୋଚିତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା l
୧୩. ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରମାନଙ୍କର ବିକାଶ ଦିଗରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ହାତକୁ ନେବା ସହ ପ୍ରଚାରଓ ପ୍ରସାର ନିମନ୍ତେ ପ୍ରୟାସ କରିବା l
୧୪, ଓଡ଼ିଶାର ସାଢ଼େ ୪ କୋଟି ଜନତା ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ରାଜ୍ୟ, କେନ୍ଦ୍ର ଓ ଅନ୍ତର୍ଜାତୀୟ ସମ୍ବଳ / ପାଣ୍ଠି ସଂସ୍ଥାମାନଙ୍କ ସହ ଅନୁବନ୍ଧିତ ହେବା ଏବଂ ବିଭିନ୍ନ କାର୍ଯ୍ୟ ସଂପାଦନ କରିବା l
୧୫. ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନକୁ ବିଶ୍ୱ ବ୍ୟାପୀ ପ୍ରସାରିତ ପରିବ୍ୟାପ୍ତ କରିବା ଆମର ମୁଖ୍ୟ ଲକ୍ଷ୍ୟ l ପଞ୍ଚାୟତ ସ୍ତରରୁ ଅନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଶାଖା ଗଠନ କରିବା, ପ୍ରତିଷ୍ଠାନକୁ ବିଶ୍ୱର ସମସ୍ତ ଦେଶରେ ପରିଚିତ କରାଇବା ଏବଂ ସର୍ବୋପରି ଓଡ଼ିଆଭାଷୀ ଲୋକମାନଙ୍କ ଭିତରେ ଓଡ଼ିଆ ଅସ୍ମିତା ସୂଚକ ସ୍ୱାଭିମାନ ସୃଷ୍ଟି କରିବା ଆମର ପ୍ରମୁଖ ଲକ୍ଷ୍ୟ l
ଏହି ପରିପ୍ରେକ୍ଷୀରେ ଆପଣମାନଙ୍କୁ ଅନୁରୋଧ, ଆସନ୍ତୁ ! ଆମେ ସମସ୍ତେ ମିଳିମିଶି ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନକୁ ଆଗେଇନେବା l ଅଧିକରୁ ଅଧିକ ଓଡ଼ିଆଭାଷୀ ଓ ଓଡ଼ିଶାବାସୀ ଲୋକମାନଙ୍କୁ ପ୍ରତିଷ୍ଠାନର କାର୍ଯ୍ୟଧାରା ସହିତ ସଂଯୋଜିତ ଓ ସମ୍ମିଳିତ କରାଇବା l

*ସଦସ୍ୟ ଦେୟ :*
ବାର୍ଷିକ ସଦସ୍ୟ ଦେୟ : ୧00 ଟଙ୍କା
ସକ୍ରିୟ ବାର୍ଷିକ ସଦସ୍ୟ ଦେୟ : ୫00 ଟଙ୍କା
ତ୍ରୟ ବାର୍ଷିକ ସଦସ୍ୟ ଦେୟ : ୧000 ଟଙ୍କା
ଆଜୀବନ ସଦସ୍ୟ ଦେୟ : ୫୫୫୫ ଟଙ୍କା
aosp2014@gmail.com

Arrived Delhi airport... journey started for 1st Biswa odia swabhiman sammilani...for advise and cooperation please cont...
23/09/2023

Arrived Delhi airport... journey started for 1st Biswa odia swabhiman sammilani...for advise and cooperation please contact me...

Address

Berhampur
760010

Alerts

Be the first to know and let us send you an email when Arogya GRAM posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Arogya GRAM:

Share