15/04/2025
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଜଳ ସେବା
ତା -14-04-2025 ଭୁବନେଶ୍ବର, ଗାଡକଣ ଅଞ୍ଚଳ ଶକ୍ତି ବିହାର ଠାରେ ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଶକ୍ତି ବିହାର ଚନ୍ଦ୍ରଶେଖର ମନ୍ଦିର ନିକଟରେ ଜଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ସେବା ଫାଉଣ୍ଡେସନ (SAMARPAN SEBA FOUNDATION) ଓ ଅଙ୍କୁର (ANKUR ORGANIZATION) ସ୍ବେଚ୍ଛାସେବୀ ସଂଗଠନ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେୟ ମୁକ୍ତ ଦହି ସର୍ବତ ଓ ଥଣ୍ଡା ପାଣି ବ୍ୟବସ୍ଥା କରାଯାଇଥିଲା | ଶକ୍ତି ବିହାର ଅଞ୍ଚଳର ବହୁ ଆଗ ଧାଡ଼ି ର ମହିଳା ମାନେ ଓ ଦୁଇ ଅନୁଷ୍ଠାନ ର ସଦସ୍ୟ ମାନେ ଏଥିରେ ଯୋଗ ଦେଇଥିଲେ |
ଏହି ଅବସରରେ ପାଖରେ ଥିବା ଶିବମନ୍ଦିର କୁ ଆସୁ ଥିବା ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସହିତ କିଛି ସଫେଇ କର୍ମଚାରୀ ଏବଂ କୁନି କୁନି ପିଲା ମାନେ ଥଣ୍ଡା ପାନୀୟ ଓ ଦହି ସର୍ବତ ପିଇଥିଲେ ।
*🙏ANKUR ORGANISATION'S
&
SAMARPAN SEBA FOUNDATION🙏*
💐ଧନ୍ୟବାଦ💐