Dr. Rupak Kumar Giri - Medical Oncologist

Dr. Rupak Kumar Giri - Medical Oncologist Contact information, map and directions, contact form, opening hours, services, ratings, photos, videos and announcements from Dr. Rupak Kumar Giri - Medical Oncologist, Medical and health, Bhubaneswar.

Consultant Medical Oncologist @ KIMS Cancer Centre; MD, DM (Medical Oncology); JIPMER, Pondicherry & AIIMS, New Delhi alumnus; 6+ years of experience; Expert in Solid Organ Cancers, Hematologic Malignancies, Bone Marrow Transplant & Palliative Cancer Care

କଣ ଆପଣ ମାନେ ଜାଣନ୍ତି କି ମହିଳା ମାନଙ୍କ ଠାରେ ଦେଖାଯାଉଥିବା ଜରାୟୁ ଗ୍ରୀବା କ୍ୟାନ୍ସର (ସର୍ଭିକାଲ କ୍ୟାନ୍ସର ) ସମ୍ପୂର୍ଣ ଭାବେ ପ୍ରତିରୋଧ କ...
10/08/2025

କଣ ଆପଣ ମାନେ ଜାଣନ୍ତି କି ମହିଳା ମାନଙ୍କ ଠାରେ ଦେଖାଯାଉଥିବା ଜରାୟୁ ଗ୍ରୀବା କ୍ୟାନ୍ସର (ସର୍ଭିକାଲ କ୍ୟାନ୍ସର ) ସମ୍ପୂର୍ଣ ଭାବେ ପ୍ରତିରୋଧ କରାଯାଇ ପାରିବ ?

ଏହି ରାକ୍ଷୀ ପୁର୍ଣିମା ରେ ନିଜ ଭଉଣୀ ଏବଂ ମହିଳା ଆତ୍ମୀୟଜନ ଙ୍କୁ ସର୍ଭିକଲ କ୍ୟାନ୍ସର ର ଭ୍ୟାକସିନ/ଟୀକା (Gardasil 4/Gardasil 9) ନେବାକୁ ଉତ୍ସାହିତ କରନ୍ତୁ |

11 ରୁ 26 ବର୍ଷ ମଧ୍ୟରେ ସମସ୍ତ ଅବିବାହିତ ମହିଳା ମାନେ ଏହି ଟୀକା ନେବା ପାଇଁ ଯୋଗ୍ୟା ଅଟନ୍ତି |

ଦୁଇଟି ପୃଥକ ପୃଥକ ପାକସ୍ଥଳୀ କର୍କଟ ରୋଗ (Stomach Cancer) ଏବଂ ଏହାର ସଫଳ ଚିକିତ୍ସା(PIC 1 - 4): ଏହା ଏକ 35 ବର୍ଷୀୟା ମହିଳା ଙ୍କର ଅଟେ |...
23/07/2025

ଦୁଇଟି ପୃଥକ ପୃଥକ ପାକସ୍ଥଳୀ କର୍କଟ ରୋଗ (Stomach Cancer) ଏବଂ ଏହାର ସଫଳ ଚିକିତ୍ସା

(PIC 1 - 4): ଏହା ଏକ 35 ବର୍ଷୀୟା ମହିଳା ଙ୍କର ଅଟେ | ପେଟରେ ଯନ୍ତ୍ରଣା ଏବଂ ଖାଇବା -ପିଇବା ରେ ଅସୁବିଧା ଯୋଗୁଁ , ସେ ମୋର OPD କୁ ଆସିଥିଲେ ଏବଂ ହସ୍ପିଟାଲ ରେ ଭର୍ତି ହୋଇଥିଲେ | ଦୀର୍ଘଦିନ ଧରି ଖାଦ୍ୟ ଖାଇବା ରେ ଅସୁବିଧା ଯୋଗୁଁ ସେ ଅତ୍ୟନ୍ତ ଦୁର୍ବଳ ହୋଇପଡିଥିଲେ | ତାଙ୍କର ହାତ - ପାଦ ଫୁଲି ଯାଇଥିଲା ଏବଂ ସେ ଚାଲିବା ପାଈଁ ଅସ୍ୟକ୍ଷମ ହୋଇପଡିଥିଲେ | ପରୀକ୍ଷା - ନିରୀକ୍ଷା ପରେ, ତାଙ୍କର ପାକସ୍ଥଳୀ ରେ ଲିମ୍ଫୋମା (Gastric lymphoma - DLBCL) ରୋଗ ଥିବା ଜଣା ପଡିଥିଲା | ତାଙ୍କୁ ତୁରନ୍ତ କେମୋଥେରାପି ଦିଆଯାଇଥିଲା | କେମୋଥେରାପି ର 4 ଟି ସାଇକେଲ ପରେ , ତାଙ୍କର ରୋଗ ସମ୍ପୂର୍ଣ ରୂପେ ହ୍ରାସ ପାଇଛି ଏବଂ ସେ ସୁସ୍ଥ ଅଛନ୍ତି|

(PIC 5 - 8): ଏହା ଏକ 50 ବର୍ଷୀୟ ପୁରୁଷ ରୋଗୀ ଙ୍କର ଅଟେ | ସେ ମଧ୍ୟ ଖାଦ୍ୟ ଖାଇବାରେ ଅସୁବିଧା , ଏସିଡ଼ିଟି ଏବଂ ପେଟ ରେ ଯନ୍ତ୍ରଣା ଆଦି ସମସ୍ୟା ନେଇ OPD କୁ ଆସିଥିଲେ ଆସିଥିଲେ | ପରୀକ୍ଷା - ନିରୀକ୍ଷା ପରେ ତାଙ୍କର ପାକସ୍ଥଳୀ ରେ ଆଡେନୋକାର୍ସିନୋମା (Gastric adenocarcinoma) ରୋଗ ଥିବା ଜଣା ପଡିଥିଲା | ତାଙ୍କୁ ତୁରନ୍ତ କେମୋଥେରାପି ଦିଆଯାଇଥିଲା | କେମୋଥେରାପି ର 4 ଟି ସାଇକେଲ ପରେ , ତାଙ୍କର ରୋଗ ବହୁତ ପରିମାଣ ରେ କମିଯାଇଥିଲା | ଏହା ପରେ ତାଙ୍କର ଅପେରସନ କରାଯାଇଥିଲା | ସେ ଏବେ ସୁସ୍ଥ ଅଛନ୍ତି |

ଯଦିଓ 95% ରୁ ଅଧିକ ଜିଭ ଏବଂ ମୂଖ ଗହ୍ୱର କର୍କଟ ରୋଗ ତମାଖୁ ଚୋବାଇବା କାରଣରୁ ହୋଇଥାଏ, କିଛି ଜିଭ ଏବଂ ମୂଖ ଗହ୍ୱର କର୍କଟ ରୋଗ ତମାଖୁ ବ୍ୟବହାର...
23/07/2025

ଯଦିଓ 95% ରୁ ଅଧିକ ଜିଭ ଏବଂ ମୂଖ ଗହ୍ୱର କର୍କଟ ରୋଗ ତମାଖୁ ଚୋବାଇବା କାରଣରୁ ହୋଇଥାଏ, କିଛି ଜିଭ ଏବଂ ମୂଖ ଗହ୍ୱର କର୍କଟ ରୋଗ ତମାଖୁ ବ୍ୟବହାର କରୁନଥିବା ସତ୍ୱେ ହୋଇଥାଏ | ତୀକ୍ଷ୍ଣ ଦାନ୍ତ କିମ୍ବା ଦୀର୍ଘକାଳୀନ HPV ଭୂତାଣୁ ସଂକ୍ରମଣ ହେତୁ କେତେକ ମାମଲା ହୋଇପାରେ କିମ୍ବା ଅଜ୍ଞାତ କାରଣରୁ ମଧ୍ୟ୍ୟ ହୋଇପାରେ | ଏହି ରୋଗୀଜଣକ ଆଡ଼ଭାନ୍ସଡ଼ ଜିଭ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ OPD କୁ ଆସିଥିଲେ | ସେତେବେଳ ର ସ୍ଥିତି ରେ ଅପେରସନ ସମ୍ଭବ ନଥିଲା | ତାଙ୍କର ତମାଖୁ ବ୍ୟବହାରର କୌଣସି ଇତିହାସ ନଥିଲା। କେମୋଥେରାପୀ ପରେ, ତାଙ୍କ ରୋଗ ଯଥେଷ୍ଟ ହ୍ରାସ ପାଇଛି | ସେ ଏବେ ଅସ୍ତ୍ରୋପଚାର ପାଇଁ ଫିଟ୍ ହୋଇଛନ୍ତି |

କ୍ୟାନ୍ସର ଅପେରସନ ପରେ ଅଧିକାଂଶ ରୋଗୀ ଙ୍କୁ କେମୋଥେରାପି ନେବା ପାଈଁ ଉପଦେଶ ଦିଆ ଯାଏ | ସେତେବେଳେ ରୋଗୀ ଙ୍କ ମନ ରେ ପ୍ରଶ୍ନ ଆସିଥାଏ କି , ଯଦ...
22/07/2025

କ୍ୟାନ୍ସର ଅପେରସନ ପରେ ଅଧିକାଂଶ ରୋଗୀ ଙ୍କୁ କେମୋଥେରାପି ନେବା ପାଈଁ ଉପଦେଶ ଦିଆ ଯାଏ | ସେତେବେଳେ ରୋଗୀ ଙ୍କ ମନ ରେ ପ୍ରଶ୍ନ ଆସିଥାଏ କି , ଯଦି ମୋ ଦେହରୁ କ୍ୟାନ୍ସର ରୋଗ କୁ ଅପେରସନ କରିଦିଆଯାଇଛି , ତେବେ କେମୋଥେରାପି କଣ ପାଈଁ ନେବି ?
ତେବେ ନିୟମ ଅନୁସାରେ, ଅଧିକାଂଶ କ୍ୟାନ୍ସର ରୋଗ ରେ ଅପେରସନ ପରେ , କେମୋଥେରାପି ନିତାନ୍ତ ଆବଶ୍ୟକ | କାରଣ ଜାଣିବା ପାଈଁ ଏଇ ଭିଡ଼ିଓ ଟି ଦେଖିପାରିବେ |
https://youtu.be/EgmX8bxyGtI?si=gNCfD8DRPIT15NH7

About Dr. Rupak Kumar Giri Your Trusted Consultant in Medical OncologyDr. Rupak Kumar Giri is a highly qualified Consultant Medical Oncologist with extensive experience in chemotherapy, targeted therapy, immunotherapy, and bone marrow transplants. With a passion for personalized cancer care, he is c...

ଚତୁର୍ଥ ଷ୍ଟେଜ କ୍ୟାନ୍ସର ରୋଗ ଏକ ଜଟିଳ ରୋଗ ଅଟେ ଏବଂ ଚତୁର୍ଥ ଷ୍ଟେଜ ରେ ରୋଗୀ ବେଶୀ ଦିନ ବଞ୍ଚନ୍ତି ନାହିଁ ବୋଲି ସାଧାରଣରେ ବିଶ୍ୱାସ ଅଛି | ମ...
10/07/2025

ଚତୁର୍ଥ ଷ୍ଟେଜ କ୍ୟାନ୍ସର ରୋଗ ଏକ ଜଟିଳ ରୋଗ ଅଟେ ଏବଂ ଚତୁର୍ଥ ଷ୍ଟେଜ ରେ ରୋଗୀ ବେଶୀ ଦିନ ବଞ୍ଚନ୍ତି ନାହିଁ ବୋଲି ସାଧାରଣରେ ବିଶ୍ୱାସ ଅଛି | ମାତ୍ର ଆଜିକାଲିର ଆଧୁନିକ ଚିକିତ୍ସା ପଦ୍ଧତିରେ , ଚତୁର୍ଥ ଷ୍ଟେଜ ରେ ମଧ୍ୟ୍ୟ କିଛି ରୋଗୀ 5 ବର୍ଷ ରୁ ଅଧିକ ବଞ୍ଚି ପାରୁଛନ୍ତି | ଚତୁର୍ଥ ଷ୍ଟେଜ କ୍ୟାନ୍ସର ରୋଗ ରେ ଜଣେ ରୋଗୀ ର ଜୀବନ କାଳ କେତେ ଆଶା କରି ହେବ ଏବଂ ରୋଗୀ ର ପରିବାର ନିଜକୁ କେମିତି ପ୍ରସ୍ତୁତ କରିବେ ଜାଣିବା ପାଈଁ ଏଇ YOUTUBE VIDEO ଟି ଦେଖି ପାରିବେ |

https://youtu.be/B9VbWCIJ0Z0?si=Jjq_ENGiu5s6V7G1

About Dr. Rupak Kumar Giri Your Trusted Consultant in Medical OncologyDr. Rupak Kumar Giri is a highly qualified Consultant Medical Oncologist with extensive experience in chemotherapy, targeted therapy, immunotherapy, and bone marrow transplants. With a passion for personalized cancer care, he is c...

ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ “The Lancet” ରେ, ICMR ଦ୍ୱାରା ସଦ୍ୟ ପ୍ରକାଶିତ ଏକ ନିବନ୍ଧ ଅନୁସାରେ , ସାରା ପୃଥବୀ ର ତୃତୀୟ ସର୍ବାଧିକ କ୍ୟ...
10/07/2025

ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ “The Lancet” ରେ, ICMR ଦ୍ୱାରା ସଦ୍ୟ ପ୍ରକାଶିତ ଏକ ନିବନ୍ଧ ଅନୁସାରେ , ସାରା ପୃଥବୀ ର ତୃତୀୟ ସର୍ବାଧିକ କ୍ୟାନ୍ସର ରୋଗୀ, ଭାରତ ରେ ଚିହ୍ନଟ ହୋଇଥାନ୍ତି | 2022 ମସିହା ରେ ପ୍ରାୟ 15 ଲକ୍ଷ କ୍ୟାନ୍ସର ରୋଗୀ ଭାରତ ରେ ଚିହ୍ନଟ ହୋଇଥିଲେ | କ୍ୟାନ୍ସର ରୋଗ କଣ ଏବଂ ଏହାର କେମୋଥେରାପି ଚିକିତ୍ସା ଜାଣିବା ପାଈଁ ଏଇ ଭିଡ଼ିଓ ଟି ଦେଖିପାରିବେ|

https://youtu.be/5xnOspWm38o?si=9Y2nsYoax7ewUIWz

About Dr. Rupak Kumar Giri Your Trusted Consultant in Medical OncologyDr. Rupak Kumar Giri is a highly qualified Consultant Medical Oncologist with extensive experience in chemotherapy, targeted therapy, immunotherapy, and bone marrow transplants. With a passion for personalized cancer care, he is c...

Address

Bhubaneswar
751024

Alerts

Be the first to know and let us send you an email when Dr. Rupak Kumar Giri - Medical Oncologist posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Dr. Rupak Kumar Giri - Medical Oncologist:

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram