President Burla Town BJD

President Burla Town BJD Contact information, map and directions, contact form, opening hours, services, ratings, photos, videos and announcements from President Burla Town BJD, Burla.

Permanently closed.
ମେହେନ୍ତର ଓ ମେହେନ୍ତରଣୀ ସଂଘ ଓ ବାଲ୍ମୀକି ସମାଜ ଦୀର୍ଘ ଦିନର ହକ ଓ ନାର୍ଯ୍ୟ ଦାବି ନେଇ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତି...
02/08/2021

ମେହେନ୍ତର ଓ ମେହେନ୍ତରଣୀ ସଂଘ ଓ ବାଲ୍ମୀକି ସମାଜ ଦୀର୍ଘ ଦିନର ହକ ଓ ନାର୍ଯ୍ୟ ଦାବି ନେଇ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଣଦେଖା କରିଥିବାରୁ ଆମରଣ ଅନଶନ ରେ ବସିଛନ୍ତି। ଏହି ସ୍ଥଳକୁ ଆଜି ବିଜୁଜନତା ଦଳ ର ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ ନଳିନୀ କାନ୍ତ ପ୍ରଧାନ,ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସମ୍ପାଦକ ଡ଼ ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ଇଂ ସିଦ୍ଧାର୍ଥ ଦାସ ଅନଶନ ସ୍ଥଳ କୁ ଆସି ଆଲୋଚନା କରିଥିଲେ ଓ ପରେ ମେଡିକାଲ ଅଧୀକ୍ଷକ ଙ୍କ ସଂଗେ ଆଲୋଚନା କରିଥିଲେ। ତାଙ୍କ ସହ ପୂର୍ବତନ ଟାଉନ ସଭାପତି ଦେବାଶିଷ ନନ୍ଦ, ଅଶୋକ ମହାକୁର, ରମାକାନ୍ତ ସାହୁ, ଆର ଶିବକୁମାର ,ଜିତୁ ପଟ୍ଟନାୟକ,ତରଣୀସେନ ଚାନ୍ଦ,ଶାନ୍ତିଲତା ସ୍ୱାଇଁ, କଳ୍ପନା ବେହେରା,ଶୁଭଲଷ୍ମୀ ସାମଲ, ଅନିତା ନାୟକ,ରିଙ୍କୁ ମାଝୀ, ରାମେଶ୍ୱର ସିଂ,ଭୂପେନ୍ଦ୍ର ପ୍ରସାଦ,ଉପସ୍ଥିତ ଥିଲେ।

28/07/2021
26/07/2021
ବୁର୍ଲା ଗାନ୍ଧିପଡା ରେ ବସବାସ କରୁଥିବା ଶ୍ରୀ ଅଭିମନ୍ୟୁ ସାହୁ, ବୟସ ୬୫ ମୂଳ ନିବାସୀ ସୁନମୁହିଁ(ନୟାଗଡ଼ ) ଙ୍କୁ ଆଜି ସହାୟତା ର ହାତ ବଢାଇଛନ୍ତ...
19/06/2021

ବୁର୍ଲା ଗାନ୍ଧିପଡା ରେ ବସବାସ କରୁଥିବା ଶ୍ରୀ ଅଭିମନ୍ୟୁ ସାହୁ, ବୟସ ୬୫ ମୂଳ ନିବାସୀ ସୁନମୁହିଁ(ନୟାଗଡ଼ ) ଙ୍କୁ ଆଜି ସହାୟତା ର ହାତ ବଢାଇଛନ୍ତି ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଡ଼ ରାସେଶ୍ୱରୀ ପାଣିଗ୍ରାହୀ। ଶ୍ରୀ ଅଭିମନ୍ୟୁ ସାହୁ ତାଙ୍କର ଏକ ସାଇକେଲ ଯୋଗେ ବୁର୍ଲା ଓ ସମ୍ବଲପୁର ରେ ବୁଲିବୁଲି ମୁଡୁକୁ ବିକି ନିଜର ଗୁଜୁରାଣ ମେଣ୍ଟେଇ ଥାନ୍ତି। କିନ୍ତୁ କିଛିଦିନ ହେଲା ତାଙ୍କର ସାଇକେଲ ଟି ଭାଙ୍ଗି ଯାଇଥିବାରୁ ସେ ବେପାର କରି ନପାରି ଘୋର ଦୁର୍ଦ୍ଦିନରେ ଦିନ କାଟୁଥିଲେ। ଏହି ସମୟରେ ତାଙ୍କ ଘର ପାଖରେ ଥିବା ଶ୍ରୀ ସୁରେନ୍ଦ୍ର ସାହୁ ପୂର୍ବତନ ବିଧାୟିକା ଙ୍କ ହେଲ୍ପ ଡେସ୍କ କୁ ଏହା ଜଣେଇ ଥିଲେ। ଏହା ଦେଖି ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦରଦୀ ହୃଦୟ କାନ୍ଦି ଉଠିଥିଲା ଓ ସଂଗେ ସଂଗେ ସେ ଶ୍ରୀ ଅଭିମନ୍ୟୁ ସାହୁଙ୍କୁ ଡାକି ଏକ ନୂଆ ସାଇକେଲ ଓ ଖାଇବା ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏହି କୋରନା କାଳ ରେ ଡ଼ ପାଣିଗ୍ରାହୀ ଏମିତି ବହୁତ ପ୍ରକାରର ସାହାଯ୍ୟ ସାଧାରଣ ଜନତା ଙ୍କୁ କରି ଆସୁଛନ୍ତି ଓ ତାଙ୍କର ଏପରି କାର୍ଯ୍ୟ ବାସ୍ତବିକ ସ୍ୱାଗତ ଯୋଗ୍ୟ ଅଟେ। ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଏପରି ପ୍ରୟାସ ଆଗାମୀ ଦିନରେ ଜାରି ରହିବ।ଏହି ସାଇକେଲ ବଣ୍ଟନ ସମୟରେ ବୁର୍ଲା ବିଜୁ ଜନତା ଦଳର ପୂର୍ବତନ ସଭାପତି ଶ୍ରୀ ଦେବାଶିଷ ନନ୍ଦ , ଜିଲ୍ଲା ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ, ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ନିଶିକାନ୍ତ ବିଶ୍ୱାଳ,ଶ୍ରୀ ଜିତୁ ପଟ୍ଟନାୟକ , ଅଲିମ କାମଦର ଓ ଦିନରଞ୍ଜନ ଦାସ ଉପସ୍ଥିତ ଥିଲେ।

At the inaugural of The Prameya Ojaswini Award-2020 share a glorious and everlasting moment with worldwide acclaimed Neu...
24/02/2021

At the inaugural of The Prameya Ojaswini Award-2020 share a glorious and everlasting moment with worldwide acclaimed Neuro-Surgeon Prof. (Dr.)-Ashok Kumar Mohapatra, Padmashree Mitrabhanu Gountia, Prof. IIM Sambalpur Sikha Bharadwaj, renowned Gynaecologist Ex-MLA Dr. Raseswari Panigrahi, Group editor The Prameya Mr. Gopal Krishna Mohapatra, Western Odisha Chief The Prameya Mr. Sweta Kumar Pradhan.

୭୨ ତମ ସଧାରଣତନ୍ତ୍ର ଦିବସ ଉପଲକ୍ଷେ
28/01/2021

୭୨ ତମ ସଧାରଣତନ୍ତ୍ର ଦିବସ ଉପଲକ୍ଷେ

ବୁର୍ଲା ମହତାବ ନଗର ପଡିଆ ଠାରେ ବଜରଙ୍ଗ କ୍ଳବ ଆନୁକୂଲ୍ୟରେ ଚାରି ଦିନିଆ ଦ୍ୱିତୀୟ ପ୍ରମୋଦ -ରେବତୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜ...
17/01/2021

ବୁର୍ଲା ମହତାବ ନଗର ପଡିଆ ଠାରେ ବଜରଙ୍ଗ କ୍ଳବ ଆନୁକୂଲ୍ୟରେ ଚାରି ଦିନିଆ ଦ୍ୱିତୀୟ ପ୍ରମୋଦ -ରେବତୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଥିଲା । ୧୪ ତାରିଖରେ ଆରମ୍ଭ ହୋଇ ୧୭ ତାରିଖରେ ଉଦଯାପିତ ହୋଇଛି।ସର୍ବମୋଟ ୧୬ ଟି ଟିମ ଯୋଗଦାନ କରିଥିଲେ। ଫାଇନାଲ ମ୍ୟାଚ ମହତାବ ନଗର ର ଇଂଲଣ୍ଡ ଟିମ ଓ ରେମେଡ ର କ୍ରାନ୍ତି ଟିମ ଭିତରେ ଅତି ସଂଘର୍ଷ ପୁର୍ଣ ଭାବେ ଅନୁଷ୍ଠିତ ହୋଇଥିଲା। ପଡିଆ ରେ ବହୁ ମାତ୍ରାରେ ଖେଳ ପ୍ରେମୀ ମାନେ ଉପଭୋଗ କରିଥିଲେ। କୋରନା କଟକଣା କୁ ଦେଖି ସବୁ ବ୍ୟବସ୍ତା କ୍ଲବ ତରଫରୁ କରାଯାଇଥିଲା। ରେମେଡ ଟିମ ବିଜୟୀ ହୋଇଥିଲା। ମୁଖ୍ୟ ଅତିଥି ରୂପେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ଙ୍କୁ ବାଦ୍ୟ ଓ ପୁଷ୍ଫ ବୃଷ୍ଟି କରି ସ୍ୱାଗତ କରାଯାଇଥିଲା।ବିଜୟୀ ଟିମ କୁ ଟ୍ରଫି ସହିତ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ଓ ରନର୍ସ ଟିମ କୁ ଟ୍ରଫି ସହିତ ୭ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଏହି ଉତ୍ସବ ରେ ସମ୍ମାନିତ ଅତିଥି ରୂପେ ବୁର୍ଲା ବିଜୁ ଜନତା ଦଳର ପୂର୍ବତନ ସଭାପତି ଶ୍ରୀ ଦେବାଶିଷ ନନ୍ଦ, ଶ୍ରୀ ବିଶ୍ୱନାଥ ଧର,ଶ୍ରୀ ସୁଶାନ୍ତ ସାହୁ, ଶ୍ରୀ ତରନିସେନ ଚାନ୍ଦ,ଶ୍ରୀ ଆନନ୍ଦ ରଣବଂଶୀ, ଶ୍ରୀ ରମାକାନ୍ତ ବାଗ,ଶ୍ରୀ ଉତ୍କଳ କେଶରୀ ପତି ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ କୁ ସଫଳ ଭାବରେ ପରିଚାଳନା କରିବାରେ କ୍ଲବର ସଦସ୍ୟ ନିର୍ମଳ, ଟୁନା, କଇଁରୁ,ପିଣ୍ଟୁ, ସୋନୁ,ଅଜୟ, ରିକି ଗୁଡ଼ଡୁ, ଯଦୁ ସହଯୋଗ କରିଥିଲେ।

ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ବୁର୍ଲା ବିଜୁ ଜନତା ଦଳ ତରଫରୁ ପାଳନ କରାଯାଇଛି । ସର୍ବ ପ୍ରଥମେ ସମ୍ବଲପୁର ବିଶ...
26/12/2020

ଆଜି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ବୁର୍ଲା ବିଜୁ ଜନତା ଦଳ ତରଫରୁ ପାଳନ କରାଯାଇଛି । ସର୍ବ ପ୍ରଥମେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପରିସର ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଓ ମିଷ୍ଟାନ୍ନ ବଣ୍ଟନ କାରଗଲା। ଏଇ ଠାରେ କର୍ମୀ ମାନେ ସଙ୍ଗବଦ୍ଧ ହୋଇ କାର୍ଯ୍ୟ କରି ଦଳୀୟ କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରିବା ପାଇଁ ଶପଥ ନେଇଥିଲେ।ପରେ ବୁର୍ଲା ଜଗନ୍ନାଥ ମନ୍ଦିର ସମ୍ମୁଖରେ ବସିଥିବା ନାରାୟଣ ମାନଙ୍କୁ ଫଳ ପ୍ରଦାନ କରାଗଲା। ଏହା ପରେ ସମସ୍ତ କର୍ମୀ ମାନେ ରେମେଡ଼ ଠାରେ ଅବସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଶେଷରେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଡ଼ ରସେଶ୍ୱରୀ ପାଣିଗ୍ରାହୀ ଙ୍କ ଶାନ୍ତି ନଗର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ପୂର୍ବତନ ଟାଉନ ସଭାପତି ଦେବାଶିଷ ନନ୍ଦ ଙ୍କ ନେତୃତ୍ୱରେ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତିଲତା ସ୍ଵାଇଁ, ଶୁଭଲଷ୍ମୀ ସାମଲ, ସୀତା ପ୍ରଧାନ, ସୁନିତା, ସୁଖ, ଅଶୋକ ସାମଲ,ପୂର୍ବତନ କାଉନସିଲର ରମାକାନ୍ତ ସାହୁ ଓ ହୃଷିକେଶ ସ୍ଵାଇଁ,ଗୋକୁଳି ରାଉତ, ବାପି ପଣ୍ଡା,ରିଙ୍କୁ ମାଝୀ, ଲଳିତ କୁମାର,ଜମ୍ବେଶ୍ୱର ରାଉତ, ବିରେନ୍ଦ୍ର ମହାନନ୍ଦ,ଲଳିତ ସ୍ଵାଇଁ, ଚୁଡାମଣି ବାଗ ,ଶୁଭମ ବେହେରା,ଲଳିତ ଲୁହା,ନଗି ମହାନନ୍ଦ,ଆନନ୍ଦ ରଣବଂଶୀ,କଇଁରୁ, ମନୋହର,,ଟୁନା ଷଣ୍ଢ,ଟୁକୁ ସାହୁ, ଉତ୍କଳ କେଶରୀ ପତି,ସଲିମ, ମହମ୍ମଦ ନିଜାମୁଦ୍ଦିନ,ରିଙ୍କୁ ସିଂ,ଜୀବର୍ଦ୍ଧନ କୁମ୍ଭାର ,ବିଶ୍ୱକର୍ମା ଓ ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ।

ଜିଲ୍ଲା ଯୁବ ବିଜେଡ଼ି ର ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
16/12/2020

ଜିଲ୍ଲା ଯୁବ ବିଜେଡ଼ି ର ନୂତନ କର୍ମକର୍ତ୍ତା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Blood donation camp at Shanti Nagar BJD office
06/10/2020

Blood donation camp at Shanti Nagar BJD office

Address

Burla

Website

Alerts

Be the first to know and let us send you an email when President Burla Town BJD posts news and promotions. Your email address will not be used for any other purpose, and you can unsubscribe at any time.

Share