03/09/2022
#ପରୀ_ଜଗତରର_ସାହାଯ୍ୟ-
""""""""""""""""""""""""""""""""""
#ଯାହା_ଅନେକ_ଜୀବନକୁ_ବଦଳାଇ_ଦେଇଛି
_________________________________
ଲିଶା ବାହାଘରର ୯ ଦିନ ପରେ ଶାଶୁ ଘରକୁ ସବୁଦିନ ପାଇଁ ଛାଡି ଚାଲି ଆସିଥିଲା l ଆସିବାର କିଛି ଦିନ ଭିତରେ ଆରମ୍ଭ ହେଇଥିଲା ସମସ୍ୟା l
ଶୋଇବାକୁ ଯିବାର 2 ଘଣ୍ଟା ପର୍ଯ୍ୟନ୍ତ ନିଦ ଆସୁନଥିଲା l ମନ ସବୁବେଳେ ଅଶାନ୍ତ ରହୁଥିବାରୁ କିଛି କାମ କରିବାକୁ ଇଛା ହେଉନଥିଲା l TV ଦେଖିବା, YouTube video ଦେଖିବା ଆଦି କୌଣସି କାର୍ଯ୍ୟ ତାକୁ ଭଲ ଲାଗୁନଥିଲା, ଯାହା ଦିନେ ତାକୁ ବହୁତ୍ ଖୁସି ଦେଉଥିଲା । ସେ ପଢିବାକୁ ଚାହୁଁଥିଲା, କିନ୍ତୁ ପଢ଼ି ପାରୁନଥିଲା, ଲାଗୁଥିଲା ଯେପରି କିଏ ଅଟକାଇ ଦଉଛି l କେଉଁ ମାନସିକ ଡାକ୍ତର କିମ୍ବା ଜ୍ୟୋତିଷ ଙ୍କ ପରାମର୍ଶ ମାନୁ ନ ଥିଲା l ବସ୍ତୁତଃ କାହା ଉପରେ ବିଶ୍ୱାସ କରିପାରୁନଥିଲା l
କିଛି କାମ କରିବାକୁ ଇଛା କରୁଥିଲା, କିନ୍ତୁ କରିବାକୁ ମନ ହେଉନଥିଲା l ବସ୍ତୁତଃ ସେ କରିପାରୁନଥିଲା l ଯେପରି କେଉଁ ଅଦୃଶ୍ୟ ଶକ୍ତି ତାକୁ କରିବାକୁ ଦେଉନି l ବାପା ମା' ସହ ସବୁବେଳେ ଝଗଡା ହେଉଥିଲା, ସେ ଘର ଛାଡ଼ି କେଉଁ ଆଡେ ଚାଲିଯିବାକୁ ଚାହୁଁଥିଲା, କିନ୍ତୁ ଯିବାକୁ ସାହସ ନଥିଲା l ପରିବାରର ସମସ୍ତେ ତାକୁ ଭୁଲ୍ ବୁଝୁଥିଲେ ବୋଲି ସେ ଭାବୁଥିଲା । ମନ ଭିତରେ ସବୁବେଳେ ଅଜଣା ଭୟ ରହୁଥିଲା ଯାହା ତାକୁ ଶାନ୍ତିରେ ରହିବାକୁ ଦଉନଥିଲା।
ସେ ହିମାଚଳ ପ୍ରଦେଶରେ ରହୁଥିଲା l ଜୀବନ ତା' ପାଇଁ କେତେ ଦୁଃଖ ଦାୟକ ବର୍ଣ୍ଣନା କଲା ଓ କିଛି ସମାଧାନର ବାଟ ଅଛି କି ନାହିଁ ମତେ ପ୍ରଶ୍ନ କଲା।
ପରୀ ଜଗତ ( Gurdian Angel/ Spirit guide) ଙ୍କ ସହାୟତା ନେବାକୁ ସ୍ଥିର କଲି l l ଥରେ ଚେଷ୍ଟା କରିବା l ଦେଖିବା କଣ ହଉଛି । ସେ ଏତେ ଦୂରରେ ଥିବାରୁ ମୋବାଇଲ ଓ ହେଡ୍ ଫୋନ୍ ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରାଗଲା l
Regression Therapy ର କିଛି ନିର୍ଦ୍ଦିଷ୍ଟ ପଦ୍ଧତି ସାହାଯ୍ୟରେ ସେ 12 ମିନିଟ୍ ମଧ୍ୟରେ ଗଭୀର ପ୍ରଶାନ୍ତ ଅବସ୍ଥା (Trance )*କୁ ଚାଲିଗଲା l କଥାର ଶୈଳୀ, ନିଶ୍ୱାସର ବେଗ ରୁ ଜଣା ପଡିଲା ସେ ଖୁବ୍ ଗଭୀର ପ୍ରଶାନ୍ତ ଅବସ୍ଥାକୁ ଚାଲିଯାଇଛି l
ପ୍ରଥମେ ସେ ଜଣେ ଧଳା ବସ୍ତ୍ର ଆଚ୍ଛାଦିତ ଜଣେ ଦିବ୍ୟ ବ୍ୟକ୍ତିଙ୍କୁ ଦେଖି ବିମୋହିତ ହୋଇଗଲା l ତା'ର ଉତ୍ସାହ ଓ ଆନନ୍ଦ ସ୍ପଷ୍ଟ ଜଣାପଡ଼ୁଥିଲା l
ପରୀକ୍ଷା କରିବାକୁ ଲିସା କୁ ପଚାରିଲି - ସେ ବ୍ୟକ୍ତିଙ୍କୁ ଦେଖିଲେ ଖୁସି ଲାଗୁଛି ନା ଭୟ ଲାଗୁଛି ? ଉତ୍ତର ଆସିଲା - ବହୁତ୍ ଖୁସି ଲାଗୁଛି ।
ତାଙ୍କୁ ପ୍ରଣାମ କରିବାକୁ କହିଲି l ଲିସା ପ୍ରଣାମ କରି ଖୁସି ଅନୁଭବ କଲା ବୋଲି ମୁ ସହଜରେ ହୃଦବୋଧ କରିପାରିଲି l ତାଙ୍କୁ ଅତି ନମ୍ର ଭାବରେ ନିଜର ସମସ୍ୟା ଜଣାଇବାକୁ କହିଲି l
ପ୍ରଥମ ଉତ୍ତର ଆସିଲା କୁକୁରଙ୍କୁ ଖାଇବାକୁ ଦିଅ l ସେମାନେ NEGATIVE ENERGY ଶୋଷି ନେବେ l
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେତୁ ଗ୍ରହ କୁ ଶାନ୍ତ କରିବା ପାଇଁ କଳା କୁକୁରକୁ ଖାଇବାକୁ ଦିଆଯାଏ l ସେଥି ପାଇଁ ମୁ ପୁଣି ପଚାରିଲି କଣ କଳା କୁକୁର ? ଉତ୍ତର ଆସିଲା "ଯେକୌଣସି ବୁଲା କୁକୁର" l
କିଛି ସମୟ ପରେ ଲିସା ପୁଣି କହିଲା "ଗୋଟେ କଳା ରଙ୍ଗର ପଥର" । ମୁଁ ଏକ କଳା ରଙ୍ଗର ପଥର ଦେଖୁଛି l ମୁଁ ଏ ପଥର ବହୁତ୍ ଥର ଦେଖିଛି ତା ନାଁ ଜାଣିନି l ସେ ପୁଣି କହିଲା ଏହି ପଥର Negative Energy Absorb କରିଦିଏ l ସେ ଏ ପର୍ଯ୍ୟନ୍ତ ଗଭୀର ଶାନ୍ତ ( trance ) ଅବସ୍ଥାରେ ଥିଲା l ଏହାପରେ ସେହି ଧଳା ବସ୍ତ୍ର ପରିହିତ ଦିବ୍ୟ ପୁରୁଷ ପବନରେ ମିଳେଇ ଗଲେ l ଆଉ ଜଣେ ଆସିଲେ l ସୁନ୍ଦର୍ ମାତୃମୂର୍ତ୍ତି, ପରୀ l ସେ ଲିସା ଜୀବନର ଦ୍ଵିତୀୟ ବିବାହ, ବରର ନାମ ଓ ବରର ବ୍ୟକ୍ତିତ୍ଵ ଆଦି ବିଷୟରେ କିଛି କହି ପୁଣି ଶୂନ୍ୟରେ ମିଶିଗଲେ l
ସତରେ କଣ Negative Energy ବୋଲି କିଛି ଥାଏ ? ଯୁଗ ଯୁଗ ଧରି ଏହି ପ୍ରଶ୍ନ ଅନେକଙ୍କୁ ଆନ୍ଦୋଳିତ କରିଆସୁଛି । ସ୍ୱଭାବିକ ଭାବରେ ମୋ ମନରେ ବି ଥିଲା ଏହି ପ୍ରଶ୍ନ l ଏହି ଉତ୍ତର ମୋତେ ଭାବିବାକୁ ବାଧ୍ୟ କଲା l
ଏକ ବିଶେଷ Technique ପରେ trance ଅବସ୍ଥା ରେ ଥାଇ ବନ୍ଦ୍ ଆଖିରେ ନିଜ ଶରୀର ଭିତରକୁ ଦେଖିବାକୁ ଲାଗିଲା l 'ମୋର ମୁଣ୍ଡ ଚାରି ପଟେ "କଳା ଧୁଆଁ "ଭଳି କିଛି ଘେରିକି ଅଛି l ଏହି କଳା ଧୁଆଁ ମୋର ସମସ୍ୟାର କାରଣ' l
କିଛି ସମୟ ପରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିଲା l
ଲିସା ସଙ୍ଗେ ସଙ୍ଗେ ଦେଖିଥିବା କଳା ପଥରର ନାମ Google ରେ ଖୋଜିବା ଆରମ୍ଭ କରିଦେଲା l କିଛି ମୁହୂର୍ତ୍ତ ଭିତରେ ସେ ଦେଖିଥିବା କଳା ପଥରର photo ଆଉ ନାଁ ପାଇଗଲା l
ନାମ ଥିଲା Black Lava stone. ଅତି ସାଧା ସିଧା ଦେଖାଯାଉଥିବା ଏହି କଳା ପଥର ଯେ ଲିସା ର ଭାଗ୍ୟ ବଦଳାଇ ଦେବ ପୂର୍ଣ୍ଣ ବିଶ୍ୱାସ ହେଉନଥିଲା l ମୁଁ ମଧ୍ୟ ଉତ୍କଣ୍ଠା କାରଣରୁ 2ଟି Lava Stone Online ରୁ Order କଲି l ଦେଖିବା କଣ ହଉଛି l
ଲିସାର ଅନେକ ଲକ୍ଷଣ ମୋର ଜଣେ ବନ୍ଧୁଙ୍କ ନିକଟରେ ଦେଖିବାକୁ ମିଳୁଥିଲା l ଅନେକ ସମୟରେ ପ୍ରବଳ ମୁଣ୍ଡବିନ୍ଧା ହେଉଥିଲା । ଥରେ ମୁଣ୍ଡବିନ୍ଧା ଆରମ୍ଭ ହେଲେ 10-12 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହେଉନଥିଲା, ରାତିରେ ବହୁତ୍ ଅଜବ ସ୍ବପ୍ନ ଆସୁଥିଲା । ସକାଳୁ ନିଦ ଭାଙ୍ଗିଲେ ବହୁତ୍ ଦୁର୍ବଳ ଲାଗୁଥିଲା l ପେଟ ସମସ୍ୟା ଲାଗିରହୁଥିଲା । ତାଙ୍କୁ ଗୋଟିଏ Lava Stone ର Braclet ଦେଲି l
ଡାହାଣ ହାତରେ ପିନ୍ଧିବାର 7- 8 ଦିନ ପର୍ଯ୍ୟନ୍ତ କୌଣସି ଉନ୍ନତି ଦେଖଗଲା ନାହିଁ l 10 - 12 ଦିନ ପରେ ତାଙ୍କ ମନକୁ ଆସିଲା 4-5 ଦିନ ହେଲାଣି ବିନା କାରଣରେ ମନ ଖୁସି ଖୁସି ରହୁଛି l ଯେଉଁ ଛୋଟ ଛୋଟ ପରିସ୍ଥିତି କଷ୍ଟ ଦେଉଥିଲା, ଛୋଟ ଚିନ୍ତା ମନରେ ବହୁତ୍ ସମୟ ପର୍ଯ୍ୟନ୍ତ ରହୁଥିଲା, ସେ ସମସ୍ୟା ଆଉ ନାହିଁ l ଅଧିକାଂଶ ସମସ୍ୟା ଦୂର ହେଇଯାଇଛି କିମ୍ବା ବହୁତ୍ କମିଯାଇଛି l ମନରେ ସବୁବେଳେ ଭୟ ରହୁଥିଲା, ଦୂରରୁ କିଏ ଫୋନ୍ କଲେ ଡର ଲାଗୁଥିଲା l କଣ କିଛି ଅଘଟଣ ହେଲା କି ? ବିନା କାରଣରେ ମନ ଚିନ୍ତିତ ରହୁଥିଲା l ଏହି ସବୁ ଲକ୍ଷଣ ଆଉ ନଥିଲା l Bracelet ପିନ୍ଧିବା 4 ମାସ ହେଲାଣି l ସେହି ଦିନରୁ ଥରୁଟିଏ ମୋ ମୁଣ୍ଡ ବିନ୍ଧା ହୋଇନାହିଁ । ପୁଣି ଅତି ବିଶ୍ଵସ୍ତ ଭାବରେ ସେ ଆଉ ଗୋଟିଏ କଥା କହିଲେ l 8 ବର୍ଷ ହେବ ଏକ ମାନସିକ ରୋଗ ପାଇଁ ଔଷଧ ନିୟମିତ ଖାଉଥିଲେ । ଦୁଇ ମାସ ହେବ ଆଉ ସେ ଔଷଧ ଆବଶ୍ୟକ ପଡୁନାହିଁ l ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l ମୋର ପୂର୍ଣ୍ଣ ବିଶ୍ଵାସ ହେଲା ନାହିଁ ।
ମୋ ଆଶ୍ଚର୍ଯ୍ୟର ସମସ୍ତ ସୀମା ଟପିଗଲା ଯେତେବେଳେ ମୋର ଆଉ ଜଣେ ପରିଚିତ କହିଲେ ଯେ ଏହି Stone ବ୍ୟବହାର କରିବା ପରେ ମାନସିକ ସମସ୍ୟାରେ ବହୁତ୍ ଉନ୍ନତି ହୋଇଛି l ଯାହା ଉନ୍ନତି ହୋଇଛି ତାହାର ମୂଲ୍ୟ ଏକ ଲକ୍ଷ ଟଙ୍କାଠାରୁ ମଧ୍ୟ ଅଧିକ l
ମୋ ମନରେ ପୁଣି ପ୍ରଶ୍ନ ଆସିଲା ଏହି ପରିବର୍ତ୍ତନର କାରଣ ଏହି ପଥର ନା ବିଶ୍ଵାସ l
ମୋର ମା'ଙ୍କ ପାଇଁ ପୁଣି ଗୋଟିଏ Lava Stone କିଣିଲି l
ମୋ ପିଲା ବେଳୁ ମୋ ମା ବହୁତ୍ ରାଗି ଜିଦିଆ ପ୍ରକୃତିର ଥିଲେ l କୌଣସି ଛୋଟ କଥା ତାଙ୍କୁ ବହୁତ୍ କଷ୍ଟ ଦେଉଥିଲା ଓ ସେ ସହଜରେ ଭୁଲି ପାରୁନଥିଲେ l ଜୀବନକୁ ନେଇ ସେ ବହୁତ୍ ନୈରାଶ୍ୟବାଦି ଥିଲେ l ସେ କୌଣସି କଥା ସହଜରେ ବା ହାଲୁକାରେ ଗ୍ରହଣ କରିପାରୁନଥିଲେ l ଅଧିକାଂଶ ସମୟରେ ମନରେ ଅଜଣା ଭୟ ରହୁଥିଲା l
ମା ' ଙ୍କୁ ସେହି lava stone ର ଗୋଟିଏ Bracelet ଦେଲି l ଏହି ପଥର କିଛି କାମ କରିବା ବୋଲି ତାଙ୍କର ଟିକିଏ ହେଲେ ବିଶ୍ୱାସ ନଥିଲା l ସେ ପିଲାବେଳୁ ବହୁତ୍ ଦୃଢମନା l ତାଙ୍କୁ ବାଧ୍ୟ କରି ସେହି bracelet ଟି ପିନ୍ଧାଇଲି l
ପନ୍ଦର ଦିନ ପରେ ପଚାରିଲି ମାନସିକ ସ୍ଥିତିରେ କିଛି ଉନ୍ନତି ହେଇଛି କି ? ସେ କହିଲେ ମନା କଲେ l ପୁଣି ମାସେ ପରେ ପଚାରିଲି କିଛି ଉନ୍ନତି ହୋଇଛି କି । ସେ ପୁଣି ମନା କଲେ । ମୁଁ ଦ୍ବନ୍ଦରେ ପଡ଼ିଗଲି l କାରଣ କଣ ହେଇପାରେ । କାହିଁକି କାମ କରୁନି l ଅନେକ ଦିନ ପର୍ଯ୍ୟନ୍ତ ଉତ୍ତର ଖୋଜିବାକୁ ଚେଷ୍ଠା କଲି । କିଛି ପାଇଲି ନାହି l
ଏହାର ଉତ୍ତର ମୁ ଖୋଜୁଥାଏ l କିଛି ଦିନ ପରେ ଆମ ଘରୁ ଗୋଟିଏ ମୂଲ୍ୟବାନ ଜିନିଷ ଚୋରୀ ହେଇଗଲା l ବୋଉ କୁ ଜଣେଇବି ନା ନାହିଁ ଦ୍ବନ୍ଦରେ ପଡ଼ିଗଲି l କାରଣ ସେ ଆବଶ୍ୟକ ଠାରୁ ଢେର ଅଧିକ ଦୁଃଖୀ, ଚିନ୍ତିତ ହେବ ବୋଲି ମୁଁ ଜାଣିଥିଲି l ସେହି ଗୋଟିଏ କଥା ବହୁତ ଦିନ ପର୍ଯ୍ୟନ୍ତ ଭାବିକି ମନ ଦୁଃଖ କରିବେ l ଯାହା ସ୍ୱଭାବିକତା ଠାରୁ ଢେର ଅଧିକ। କିନ୍ତୁ କିଛି ପରିସ୍ଥିତିରେ ବାଧ୍ୟ ହୋଇ ଜଣାଇଲି l
ସେ ବେଶି କିଛି React କଲେ ନାହିଁ l ଯେଉଁ କଥା ଅନେକ ଦିନ ପର୍ଯ୍ୟନ୍ତ ତାଙ୍କୁ କଷ୍ଟ ଦେଇଥାନ୍ତା, ଅନେକ କଥା ଭାବିବାକୁ ବାଧ୍ୟ କରିଥାନ୍ତି, ସ୍ୱଭାବିକ ଠାରୁ ଢେର ଅଧିକ ମନଦୁଃଖ କରାଇଥାନ୍ତି ସେ କଥା କିଛି ପ୍ରଭାବ ପକାଇଲା ନାହିଁ ଦେଖି ମୁଁ ଆଶ୍ଚର୍ଯ୍ୟ ଓ ଖୁସି ହେଲି l ତା ପରଦିନ ସେ ଚୋରୀ କଥା ଆଦୌ ଉଠାଇଲା ନାହିଁ l ସତେ ଯେପରି ଭୁଲି ଯାଇଛି l ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।
କିଛି ଦିନ ପରେ ଅନୁଭବ କାଲି ଯେପରି କୌଣସି ପରିସ୍ଥିତି ତାଙ୍କୁ ବିଚଳିତ କରିପାରୁନାହିଁ l ଆଗ ଭଳି ଆଉ ରାଗ ଓ ହତାଶ ଭାବ ନାହିଁ । ସେ କୌଣସି କଥା ଆଉ ବାରମ୍ବାର ଭାବୁନାହିଁ,କହୁନାହିଁ ଦେଖିକି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l ଲିସା ଜୀବନରେ Lava Stone କ'ଣ ପ୍ରଭାବ ପକାଇଲା ସେ ବିଷୟରେ ପରବର୍ତ୍ତୀ ପୋଷ୍ଟରେ ଆଲୋଚନା କରିବା l
ଏବେ ଅନେକ ବ୍ୟକ୍ତି ଏହି Stone କୁ ବ୍ୟବହାର କରୁଛନ୍ତି । ଆଶାନୁରୁପକ ଫଳ ପାଉଥିବା ଦେଖି ଅନ୍ତରରୁ ଯେଉଁ ଖୁସି ମିଳେ ତାହା ଅବର୍ଣ୍ଣନୀୟ l
ମୋ ହୃଦୟ କୃତଜ୍ଞତା ରେ ଭାରିଯାଏ ସେହି ଅଦୃଶ୍ୟ ପରୀ ରାଇଜର ଦିବ୍ୟ ଆତ୍ମାଙ୍କ ନିକଟରେ ଯାହାଙ୍କର ସାହାଯ୍ୟ ଆଜି ବି ଅନେକ କଷ୍ଟ ପ୍ରପୀଡ଼ିତ ବ୍ୟକ୍ତିଙ୍କୁ ଆରୋଗ୍ୟ କରୁଛି, ନୂଆ ବାଟ ଦେଖାଉଛି, ବଞ୍ଚିବାର ରାହା ଦେଖାଉଛି l
( ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରକୃତ ନାମ ବଦଳରେ ଛଦ୍ମନାମ ବ୍ୟବହାର କରାଯାଇଛି )
☀️ For Angel'S Help & Past Life Regression Therapy
Contact-
MINDSHREE-
ସାନମଙ୍ଗ, ବାଟିପଡା, କେନ୍ଦ୍ରାପଡା
📞 9938609823
Location- Mindshree-
https://maps.app.goo.gl/4AnB2uezKTXYjiLcA
* ( Trance ଅବସ୍ଥା - ଏହି ଅବସ୍ଥାରେ Angel ଙ୍କ frequency ସହିତ brain ର thought frequency ମିଶିଯାଏ l ଯାହା ଫଳରେ ସଚେତନ ଅବସ୍ଥାରେ ଥାଇ ସେମାନଙ୍କ ସହ ସ୍ପଷ୍ଟ ଭାବେ କଥାବାର୍ତ୍ତା କରିହୁଏ । Gurdian Angel, ପରୀ,ପୂର୍ବଜନ୍ମର ଗୁରୁ, Spirit guide ମାନଙ୍କ ସହ ଭାବର ଆଦାନ ପ୍ରଦାନ ସହଜରେ କରିହୁଏ, ତାଙ୍କ ଠାରୁ ସହଜରେ ପରାମର୍ଶ ମିଳିପାରେ l )