Dr Deepak Ranjan Bag Homoeopathy Family Care Clinic Nuapada

  • Home
  • Dr Deepak Ranjan Bag Homoeopathy Family Care Clinic Nuapada

Dr Deepak Ranjan Bag Homoeopathy Family Care Clinic Nuapada Contact information, map and directions, contact form, opening hours, services, ratings, photos, videos and announcements from Dr Deepak Ranjan Bag Homoeopathy Family Care Clinic Nuapada, Medical and health, At/PO-NUAPADA, .

ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ରତା ଓ ମହର୍ଷି ହ୍ୟାନିମ୍ୟାନ ।ବାର୍ତ୍ତା  #ଅଧ୍ୟୟନ ଅଧ୍ୟାପନା ଓ ଅନୁସନ୍ଧାନ।ଆଧୁନିକ ଚିକିତ୍ସା ପ୍ରଣାଳୀ...
11/04/2025

ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ରତା ଓ ମହର୍ଷି ହ୍ୟାନିମ୍ୟାନ ।
ବାର୍ତ୍ତା #ଅଧ୍ୟୟନ ଅଧ୍ୟାପନା ଓ ଅନୁସନ୍ଧାନ।

ଆଧୁନିକ ଚିକିତ୍ସା ପ୍ରଣାଳୀ ସହିତ ଆଉ ଏକ ଚିକିତ୍ସା ପ୍ରଣାଳୀ ମଧ୍ୟ ଏବେ ବେଶ ଲୋକାଦୃତ ହେବାକୁ ଯାଉଛି, ତାହା ହେଉଛି #ହୋମିଓପ୍ୟାଥିକ ଚିକିତ୍ସା।ଏହି ଚିକିତ୍ସା ପଦ୍ଧତି ର ଜନକ ମାହାତ୍ମ୍ୟ ଫେଡରିକ ସାମୁଏଲ ହ୍ୟାନିମ୍ୟାନ 💐ଜର୍ମାନୀର ସାକ୍ସୋନି ରାଜ୍ୟର ମିସେନ ସହରରେ ଏକ ଚିତ୍ରକର ପରିବାରରେ ୧୭୫୫ମସିହା ଅପ୍ରେଲ୧୦ତାରିଖରେ ଜନ୍ମ ଗ୍ରହଣ କରିଥିଲେ।ବହୁ ବାଧା ବିଘ୍ନ ସତ୍ୟେ ପିତା ଗଡ଼ ଫ୍ରିଡ଼ ଓ ମାତା ଜୋଏନା ଙ୍କ କୋଳ ମଣ୍ଡନ କରିଥିଲେ ହ୍ୟାନିମ୍ୟାନ।ପିଲାଟି ଦିନରୁ ଦୁସ୍ଥ, ଅସହାୟ, ଓ ଗରିବ ଜନସାଧାରଣ ଙ୍କ ପ୍ରତି ବିମୋହିତ ହୋଇ ପଡୁଥିଲେ।ବହୁ ବାଧା ବିଘ୍ନ ସତ୍ୟେ ୧୭୭୯ ମସିହାରେ ଭେଷଜ ବିଜ୍ଞାନ ରେ ସେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ତତ୍କାଳୀନ ଚିକିତ୍ସା ପଦ୍ଧତିରେ କରାଯାଉଥିବା ତ୍ରୁଟି ପୂର୍ଣ ଶଲ୍ୟ ପକ୍ରିୟା ବା ଅପରେସନ କୁ ସେ ନା ପସନ୍ଦ କରୁଥିଲେ।ଏଥିରେ ସେ ଦେଖୁଥିଲେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଚି।ରୋଗୀ ମାନଙ୍କୁ ସରଳ ଓ ଉତ୍ତମ ରୂପେ କଷ୍ଟ ଦୂର କରିବା ପାଇଁ ଏକ ଚିକିତ୍ସା ପଦ୍ଧତି ପାଇଁ ସେ ଗବେଷଣାକରି ଶେଷରେ ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନ କୁ ଜନ୍ମ ଦେଇଥିଲେ।
ବୃକ୍ଷ ଲତା, ଖଣିଜ ସଂପଦ, ଜୀବଜନ୍ତୁ ଅବଶେଷ ଆଦି ଉପରେ ଗବେଷଣା କରି ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବା ସହିତ ନିଜର ବନ୍ଧୁ ପରିଜନ ଙ୍କ ଉପରେ ପ୍ରୟୋଗ କରି ସୁଫଳ ହାସଲ କରି ଚମତ୍କାର ପ୍ରଭାବ ପାଇଲେ।ଏହି ଗବେଷଣା ର ଚମତ୍କାର ପ୍ରଭାବ ଓ ସୁଫଳ ନେଇ ତତ୍କାଳୀନ ପାଶ୍ଚତ ଚିକିତ୍ସକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।ସ୍ଥୂଳ ଦ୍ରବ୍ଯ କୁ ଅତି ସୂକ୍ଷ୍ମ ପଦ୍ଧତିରେ ପ୍ରସ୍ତୁତ କରି ଏହାର ଶକ୍ତି ବୃଦ୍ଧି କରି ଶରୀର ମଧ୍ୟରେ ପ୍ରୟୋଗ କରି ରୋଗ କୁ ସମୂଳେ ନଷ୍ଟ କରିବା ଓ ଶରୀର ରେ ଆରୋଗ୍ୟ ଆଣିବା ଏହି ଚିକିତ୍ସା ପଦ୍ଧତି ର ମୂଳ ସୂତ୍ର ଥିଲା।ଔଷଧ ର ସୁକ୍ଷ୍ମ ପରିମାଣ କୁ ପ୍ରୟୋଗ କରି ଶରୀର ରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି ପାଉଛି ଓ ରୋଗ ଭଲ ହେଇ ପାରୁଛି ଏହି ସମ୍ପର୍କରେ ସର୍ବତ ଆଲୋଡନ ସୃଷ୍ଟି ହୋଇଥିଲା।ପ୍ରକୃତି ଦତ୍ତ ଶରୀର ଓ ପ୍ରାକୃତିକ ଔଷଧ ର ସୁକ୍ଷ୍ମ ସଂରଚନା ଶରୀର ପାଇଁ କେତେ ଆବଶ୍ୟକ ସେ ସମ୍ପର୍କରେ ମହର୍ଷି ଡାକ୍ତର ସାମୁଏଲ ହ୍ୟାନିମ୍ୟାନ ସେ ସମୟରେ ଡାକ୍ତର ମାନଙ୍କୁ ବିଭିନ୍ନ ସମୟରେ ବୁଝାଉ ଥିଲେ।ତାଙ୍କର ଏହି ଚିନ୍ତା ଧାରା କୁ ତତ୍କାଳୀନ ଡାକ୍ତର ମାନେ ସହମତି ପ୍ରଦାନ କରିଥିଲେ।
ଯେଉଁ ଚିକିତ୍ସା ରେ ଆରୋଗ୍ୟତା ହାର ଅଧିକ ଥିବ, ବେଦନା ନାଶକଗୁଣ ଥାଇ ଔଷଧ ର ପାର୍ଶ୍ଵ ପ୍ରତିକ୍ରିୟା ନ ଥିବ ଏବଂ ବିନା ଶଲ୍ୟ ପ୍ରକ୍ରିୟା ରେ ଶରୀର ମଧ୍ୟରେ ଥିବା ବିଷାକ୍ତ ଦ୍ରବ୍ୟ କୁ ଶରୀର ମଧ୍ୟରୁ ବାହାର କରାଯାଉଥିବା ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରି ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲେ।ତାଙ୍କ ଲିଖିତ୪୧ଖଣ୍ଡ ଅମୁଲ୍ୟ ଗ୍ରନ୍ଥ ମନୁଷ୍ୟ ଓ ପ୍ରାଣୀ କଲ୍ୟାଣ ନିମନ୍ତେ ଅତ୍ୟନ୍ତ ଉପଯୋଗୀ।ତାଙ୍କର ଚିକିତ୍ସା ଶୈଳୀ ଔଷଧ ଉପଯୋଗ ର ସ୍ୱତନ୍ତ୍ର ଗୁଣ ଯୋଗୁଁ ପ୍ରତେକ ରୋଗୀ ଠାରେ ଶାରୀରିକ ,ମାନସିକ ଓ ଆର୍ଥିକ ସ୍ତରରେ ସୁସ୍ଥତା ହାର ଯଥେଷ୍ଟ ବୃଦ୍ଧି ପାଇଥିଲା।ଏହି ସମ୍ପର୍କରେ ବିଶ୍ଵବ୍ୟାପୀ ସଫଳତାର ରହସ୍ୟ ଉନ୍ମୋଚନ ହେବା ପରେ୧୯୦୦ ମସିହାର ଜୁନ୨୧ ତାରିଖରେ ଆମେରିକା ର ଜାତୀୟ ଉତ୍ସବ ରେ ହ୍ଵାଇ ଟି ହାଉସ ଠାରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଭବନରେ ହଜାର ହଜାର ଅତିଥି ଙ୍କ ଗହଣରେ ସରକାର୪୦୦୦ଡଲାର ବ୍ୟୟରେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ମହଶ୍ରୀ ଡାକ୍ତର ହ୍ୟାନିମ୍ୟାନ ଙ୍କ ଏକ ସୁନ୍ଦର ପ୍ରତିମୂର୍ତ୍ତି ୱାଶିଂଟନ ଠାରେ ପ୍ରତିଷ୍ଠା କରିଥିଲେ, ଯଦିଓ ହ୍ୟାନିମ୍ୟାନ ଆମେରିକା ର ନାଗରିକ ନ ଥିଲେ ତଥାପି ରୋଗୀ ଙ୍କ ପ୍ରତି ଉତ୍ସାଗ୍ରି କୃତ ସେବା, ନୂତନ ଚିକିତ୍ସା ଶୈଳୀ ର ଆବିଷ୍କାର, ବିନା ଶଲ୍ୟ ଚିକିତ୍ସା ରେ ଆରୋଗ୍ୟତା ଲାଭ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସବୁ ଦିନ ଧରି ତାଙ୍କୁ ବିଶ୍ୱ ସ୍ମରଣ କରିବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା।
କମ ଅର୍ଥ ଖର୍ଚ୍ଚ, ବିନା ଶଲ୍ୟ ଚିକିତ୍ସା, ଦ୍ରୁତ ଆରୋଗ୍ୟତା, ଔଷଧ ର ସୁକ୍ଷ୍ମ ସେବନ, ପାର୍ଶ୍ୱ ପତିକ୍ରିୟା ଶୂନ୍ୟ, ଅତ୍ୟନ୍ତ ଜଟିଳ ଓ ମୂମୂର୍ଷୁ ରୋଗୀଙ୍କ ଠାରେ ଏହାର ପ୍ରୟୋଗ ଓ ଆରୋଗ୍ୟତା ଗୁଣ ଅଧିକ ଯୋଗୁଁ ହୋମିଓପ୍ୟାଥିକ ଚିକିତ୍ସା ର ସ୍ୱତନ୍ତ୍ରତା ଅଧିକ।ଅସୁସ୍ଥ ଶିଶୁ, ନିରାପଦ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ଏହି ଚିକିତ୍ସା ପ୍ରଣାଳୀ ଏବେ ସବୁ ଦେଶରେ ଲୋକ ପ୍ରିୟ ହୋଇପଡିଛି।
ଆମ ଦେଶ ଓ ରାଜ୍ୟରେ ଏହି ଚିକିତ୍ସକ ମାନେ ଏବେ ଆଧୁନିକ ଚିକିତ୍ସ କ ଙ୍କ ସହିତ ସମାନ ଭାବରେ ରାଷ୍ଟ୍ରୀୟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।ଦେଶ ଓ ରାଜ୍ୟରେ ସରକାର ଏହି ଚିକତ୍ସକ କୁ ଆୟୁଷ ଚିକିତ୍ସକ ମାନ୍ୟତା ପ୍ରଦାନ କରିଛନ୍ତି।ଦେଶରେ ୨୭୭ଟି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରହିଛି,ବିଭିନ୍ନ ରାଜ୍ୟରେ ମୋଟ ୮୫୯୩ଟି ସରକାରୀ ଡ଼ିସ୍ପେନସାରି କାର୍ଯ୍ୟ କରୁଛି।ଆମ ରାଜ୍ୟରେ ସେଇଭଳି ଭୁବନେଶ୍ୱର, ବ୍ରହ୍ମ ପୁର, ରାଉରକେଲା, ସମ୍ବଲପୁର ରେ୪ଟି ସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ରହିଛି ସେଇଭଳିରାଜ୍ୟରେ ମୋଟ ୫୬୨ଟି ହୋମିଓପ୍ୟାଥିକ ସରକାରୀ ଦିସ୍ପେନସାରି କାର୍ଯ୍ୟ କରୁଛି।ଏଥି ସହିତ ବିଭିନ୍ନ ସରକାରୀ ପିଏସସି ଓ ସିଏସ ସି ଗୁଡିକ ରେ ବହୁ ହୋମିଓପ୍ୟାଥିକ ଡାକ୍ତର ଆୟୁଷ ବିଭାଗ ରେ ରହି ଏହି ଚିକିତ୍ସା ସେବା ପ୍ରଦାନ କରିଆସୁଛନ୍ତି।
ପ୍ରତେକ ବର୍ଷ ଅପ୍ରେଲ୧୦ତାରିଖରେ ହ୍ୟାନିମ୍ୟାନ ଙ୍କ ଜୟନ୍ତୀ କୁ ବିଶ୍ଵ ହୋମିଓପ୍ୟାଥିକ ଦିବସ ରୂପେ ସବୁଆଡେପାଳନ କରାଯାଉଛି।ଏହିଦିନ ଏହି ଚିକିତ୍ସା ପଦ୍ଧତି ସମ୍ପର୍କରେ ଜନସାଧାରଣ ଙ୍କୁ ଅବଗତ କରାଇବା ସହିତ ଏହି ଚିକିତ୍ସା ପଦ୍ଧତି ର ଉପାଦେୟତା ନେଇ ସବୁଆଡେ କର୍ମଶାଳା,ଆଲୋଚନା ଚକ୍ର, ସଭା ଅନୁଷ୍ଠିତ ହୋଇଥାଏ।ବିଶ୍ଵ ବାସୀ ଙ୍କ କଲ୍ୟାଣ ନିମନ୍ତେ ମହାଶ୍ରୀ ହ୍ୟାନିମ୍ୟାନ ଙ୍କ ଅବଦାନ କୁ ମନେପକାଇବା ପାଇଁ ଆଜି ତାଙ୍କୁ ଏହି ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ।ଚଳିତ ବର୍ଷ ୨୫୦ଟି ଦେଶରେ ହୋମିଓପ୍ୟାଥିକ ଦିବସ ପାଳିତ ହେଉଛି।
ସରକାରୀ ସ୍ତରରେ ଆମ ଦେଶରେ ବିଭିନ୍ନ ପ୍ରଦେଶରେ ହ୍ୟାନିମ୍ୟାନ ନ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

31/12/2024




Date-10/11/2024Sunday
09/11/2024

Date-10/11/2024
Sunday

Date:3/11/2024Sunday
02/11/2024

Date:3/11/2024
Sunday

02/11/2024
Adding a drop of comfort to your day, because your eyes deserve that extra touch of care!
26/08/2023

Adding a drop of comfort to your day, because your eyes deserve that extra touch of care!

Address

At/PO-NUAPADA

766105

Telephone

+918018036714

Website

Alerts

Be the first to know and let us send you an email when Dr Deepak Ranjan Bag Homoeopathy Family Care Clinic Nuapada posts news and promotions. Your email address will not be used for any other purpose, and you can unsubscribe at any time.

Contact The Practice

Send a message to Dr Deepak Ranjan Bag Homoeopathy Family Care Clinic Nuapada:

  • Want your practice to be the top-listed Clinic?

Share

Share on Facebook Share on Twitter Share on LinkedIn
Share on Pinterest Share on Reddit Share via Email
Share on WhatsApp Share on Instagram Share on Telegram